ଦୁଇ ବାଇକ ଧକ୍କା ୨ମୃତ ୨ଗୁରୁତର ବୋଲଗଡ (ସିଧା ସମ୍ବାଦ)ରାଜସୁନାଖଳା ରେଳ ଓଭର ବ୍ରିଜ ଉପରେ ଦୁଇଟି ବାଇକ ଧକ୍କା ଲାଗି ୨ଜଣଂକର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି. ମୃତକ ଦୁଇଜଣ ହେଲେ ନିକଟସ୍ଥ ନରେନ୍ଦ୍ର ପୁରର ସନ୍ତୋଷ ପାଇକରାୟ (୨୧)ବର୍ଷ. ଓ ଅନ୍ୟ ଜଣକ ହେଲେ ନିରାକାରପୁର ଖଜୁରିଆପଡା ର ଫରିଦ ଶାହା (୨୩)ବର୍ଷ. ଫରିଦ ସୁନାଖଳାସୁଥିଲେ. ସନ୍ତୋଷ ରଣପୁର ଯାଉଥିଲେ. ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ରଣପୁରକୁ ପଠାଇଦେଇଛନ୍ତି. ଗୁରୁତର ଙ୍କୁ ଭୁବନେଶ୍ୱର କୁ ପଠାଇ ଦେଇଛନ୍ତି..