ରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ବିଭିନ୍ନ ଦାବି ବିଷୟରେ କେନ୍ଦ୍ର ସରକାରଙ୍କୁ ଜଣାଇଲେ
ଚାଚାଜୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ | ନୀଳଗିରି,୮/୫(ସିଧାସମ୍ବାଦ); ନୀଳଗିରି ବ୍ଳକ ମିତ୍ରପୁର ।
ଶିକ୍ଷା ଅଧିକାର ଆଇନ, ୨୦୦୯ ବଳରେ ଯେଉଁ ଛାତ୍ରଛାତ୍ରୀମାନେ ବେସରକାରୀ ବିଦ୍ୟାଳୟଗୁଡିକ ରେ ନାମଲେଖାଇବା ପାଇଁ ଆବେଦନ କରିଥିଲେ କିନ୍ତୁ ପ୍ରଥମ ଲଟେରୀ ପୂର୍ବରୁ କୋୖଣସି କାରଣରୁ ଲଟେରୀରୁ ବଞ୍ଚିତ ହୋଇଥିଲେ, ସେମାନେ ପୁଣି ଥରେ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି । ଏଥିସହ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅନଲାଇନ ଆବେଦନ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସମାଧାନ ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯିବା ନେଇ ମଧ୍ୟ କୁହାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରାଯାଇଥିବା ସମସ୍ତ ଆବେଦନ ପତ୍ରକୁ ୨୩ ମେ ୨୦୨୫ ସୁଦ୍ଧା ଯାଞ୍ଚ କରିବାକୁ କୁହାଯାଇଛି