ବିଜୟ ଉତ୍ସବ ପାଳିଲେ ବୋଲଗଡବାସୀ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡବାସୀ ବୁଧବାର ସନ୍ଧ୍ୟାରେ ବିଜୟ ଉତ୍ସବ ପାଳନ କରିଛନ୍ତି. ଗତକାଲି ଭାରତୀୟ ସେନା ପିଓକେ ଓ ପାକିସ୍ତାନର କେତେକ ଆତଙ୍କୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ କରି ବହୁ ଆତଙ୍କୀଙ୍କୁ ନିପାତ କରିଛନ୍ତି. ପହଲଗାଁ ଘଟଣାର ପ୍ରତିଶୋଧ ନେଇପାରିଥିବାରୁ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି. ବୋଲଗଡ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଶତାଧିକ ଜନସାଧାରଣ ଯୋଗଦେଇ ଜୟ ହିନ୍ଦ ଜୟ ଯବାନ ନାରା ଦେଇ ଗ୍ରାମ ପରିକ୍ରମା କରିଥିଲେ. ସଭାପତି ଗୋପୀନାଥ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଲଲାଟ କେଶରୀ ସିଂ ରଘୁନାଥ ଦଳବେହେରା ରବୀନ୍ଦ୍ର ପରିଡା ରାମଚନ୍ଦ୍ର ମାର୍ଥାହରିବନ୍ଧୁ ସାହୁ ପ୍ରଫୁଲ୍ଲ ମହାପାତ୍ର ଦିବାକର ପରମଗୁରୁ ପ୍ରମୁଖ ବୁଦ୍ଧିଜୀବୀ ଯୋଗଦେଇଥିଲେ.

Sidha Sambad
Author: Sidha Sambad

Leave a Comment

और पढ़ें