Day: June 20, 2025

ଜବରଦସ୍ତି ବାହାହେବା ପରେ ଯୌତୁକ ନିର୍ଯାତନା ସହିତ ମାରିଦେବା ନେଇ ଧମକ ଦେଇଥିବା ନେଇ ଯୁବତୀଙ୍କ ମାଆ ଥାନାର ଦ୍ବାରସ୍ଥ ହେବାପରେ ନୀଳଗିରି ପୋଲିସ ୫ଜଣକୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ ୨୦୨୪ମସିହା ଡିସେମ୍ବର ୫ତାରିଖରେ ବସ୍ତାଥାନା ବାଉଁଶମୁଖା ଗ୍ରାମର ଏକାଦଶୀ ମୁଖୀଙ୍କ ନାବାଳିକା ଝିଅ ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ୍-ପୋଷଣ ଯୋଜନା ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ଯଥାକ୍ରମେ ୬ ଟଙ୍କା ୭୮ପଇସା ଓ ୧୦ ଟଙ୍କା ୧୭ ପଇସା ୦୧.୦୫.୨୦୨୫ ଠାରୁ ରନ୍ଧନ ସାମଗ୍ରୀ ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଉଛି । ବର୍ତ୍ତମାନ ରାଜ୍ୟ ସରକାର ଅତିରିକ୍ତ ରନ୍ଧନ ସାମଗ୍ରୀ ଖର୍ଚ୍ଚ ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ମୁଣ୍ଡ ପିଛା ଦୈନିକ ୧ ଟଙ୍କା ୪୫ ପଇସା ଓ ୧ ଟଙ୍କା ୬୫ ପଇସା ପ୍ରଦାନ କରୁଛନ୍ତି । ତେଣୁ, ଦୈନିକ ପ୍ରତି ଛାତ୍ରଛାତ୍ରୀ ପିଛା ମୋଟ୍ ସାମଗ୍ରୀ ଖର୍ଚ୍ଚ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପାଇଁ ଯଥାକ୍ରମେ ୮ ଟଙ୍କା ୨୩ ପଇସା ଓ ୧୧ ଟଙ୍କା ୮୨ ପଇସା ଦିଆଯାଉଛି । ରାଜ୍ୟ ସରକାରଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ବ ଦେଇ ସପ୍ତାହକୁ ତିନୋଟି ପୁଷ୍ଟିକର ଲଡୁ ଏବଂ ଗୋଟିଏ ଅତିରିକ୍ତ ଅଣ୍ଡା ୨୦୨୫-୨୬ ଶିକ୍ଷା ବର୍ଷରୁ ପ୍ରଦାନ