ନୀଳଗିରିରେ ଏନ୍ଫୋର୍ସମେଣ୍ଟ ଟିମ୍ ର ତନାଘନା | |

👇समाचार सुनने के लिए यहां क्लिक करें

ନୀଳଗିରିରେ ଏନ୍ଫୋର୍ସମେଣ୍ଟ ଟିମ୍ ର ତନାଘନା |

ନୀଳଗିରି, ୨୦/୬(ସିଧାସମ୍ବାଦ); ଆଜି ନୀଳଗିରି ବଜାରରେ
ଓଡିଶା ସରକାର ଙ୍କ ପରିବାର କଲ୍ୟାଣ ବିଭାଗର ବାଲେଶ୍ୱର ଟିମ, ନୀଳଗିରି ଅବକାରୀ ବିଭାଗ ଓ ନୀଳଗିରି ପୋଲିସ ର ଏକ ମିଳିତ ଟିମ ବଜାରରେ ଥିବା ପାନ ଦୋକାନ, ଜଳଖିଆ ଦୋକାନ, ଗ୍ରୋସେରୀ ପ୍ରମୁଖ ଦୋକାନରେ ଯାଞ୍ଚ କରିଥିଲେ | ତମ୍ବାଖୁ, ସିଗାରେଟ, ବିକ୍ରି କରୁଥିବା ଦୋକାନୀଙ୍କ ଠାରୁ ଫାଇନ କାଟିବା ସହିତ ଏଭଳି ଜିନିଷ ବିକ୍ରି ଏବଂ ସିଗାରେଟ ସର୍ବସାଧାରଣ ସ୍ଥାନରେ ସେବନ ପାଇଁ ବାରଣ କରିଥିଲେ | ବିଶେଷ କରି ୧୮ ବର୍ଷ ରୁ କମ୍ ବୟସ୍କ ପିଲାଙ୍କୁ ଏଭଳି ଜିନିଷ ବିକ୍ରି ନକରିବା, ତମ୍ବାଖୁ ଷ୍ଟିକର ଦୋକାନରେ ନମାରିବା କୁ ଦୋକାନୀଙ୍କୁ ବାରଣ କରିଥିଲେ | ଆଜି ଏହି ଚଢ଼ାଉ ରେ ଦୁଇ ଗୋଟି ଟିମ ନୀଳଗିରି ଉପର ଏବଂ ତଳ ବଜାର ରେ ଯାଞ୍ଚ କରିଥିଲେ | ଏପିଡେମୋଲିଷ୍ଟ ଅରୂପ ଅଭିଷେକ, ନନ କମ୍ୟୁନିକେବଲ ଡିଜିଜ୍‌ ର ସହକାରୀ ପ୍ରବନ୍ଧକ ମୌସୁମୀ ସାମଲ, ନୀଳଗିରି ପୋଲିସ, ଓ ଅବକାରୀ ବିଭାଗ ଏହି ଚଢ଼ାଉରେ ସାମିଲ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें