ସୁପରଭାଇଜରଙ୍କର ବଦଳୀ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା । ବୋଲଗଡ଼, ତା୩୧/୧୦ ( ସ . ବ୍ୟୁ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଳକର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟକରୁଥିବା ମହିଳା କ୍ଷେତ୍ର ପରିଦର୍ଶିକା ଶ୍ରୀମତୀ ପ୍ରଭାତି ପରିଡାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କର୍ମୀ ଓ ସହାୟିକା ମାନେ ତାଙ୍କର ଅନ୍ୟ ବ୍ଳକକୁ ତୁରନ୍ତ ବଦଳି କରିବାପାଇଁ ଗତ ୧ ମାସ ଧରି ଅଭିଯୋଗ କରିଆସୁଛନ୍ତି | କିନ୍ତୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ବଦଳି କରିବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ପୂର୍ବ ନିଷ୍ପତି ଅନୁଯାୟୀ ଶୁକ୍ରବାର ଦିନ ବ୍ଳକ ଅଞ୍ଚଳର ୨୨୮ କେନ୍ଦ୍ରକୁ ବନ୍ଦ କରି କର୍ମୀ ଓ ସହାୟିକା ମାନେ ବିଶାଳ ରାଲିରେ ଆସି ସି.ଡ଼ି.ପି.ଓ ଅଫିସ ଘେରାଉ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଉପଜିଲ୍ଲାପାଳ ,ଓଡ଼ିଏସ ଡବ୍ଲ୍ୟୁ ଓଙ୍କୁ ସି.ଡ଼ି.ପି.ଓଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ ! ଏଥିରେ ମୁଖ୍ୟ ଏକମାତ୍ର ଦାବୀ ଭାବରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଆସୁଥିବା ମହିଳା କ୍ଷେତ୍ର ପରିଦର୍ଶୀ କା ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ଅନ୍ୟତ୍ର ବଦଳି ପ୍ରସଙ୍ଗ ! ଏଠାରେ ସୂଚନାଯୋଗ୍ୟ ଯେ ପରିଦର୍ଶୀ କା ଶ୍ରୀମତୀ ପରିଡ଼ା ଭିମପଡ଼ାସେକ୍ଟର ମାନସିକ ନିର୍ଯ୍ୟାତନା ଦେବା ସହ କର୍ମୀମାନଙ୍କୁ ଦରମା ବନ୍ଦ