ସୁପରଭାଇଜରଙ୍କର ବଦଳୀ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା । ବୋଲଗଡ଼, ତା୩୧/୧୦ ( ସ . ବ୍ୟୁ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଳକର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟକରୁଥିବା ମହିଳା କ୍ଷେତ୍ର ପରିଦର୍ଶିକା ଶ୍ରୀମତୀ ପ୍ରଭାତି ପରିଡାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କର୍ମୀ ଓ ସହାୟିକା ମାନେ ତାଙ୍କର ଅନ୍ୟ ବ୍ଳକକୁ ତୁରନ୍ତ ବଦଳି କରିବାପାଇଁ ଗତ ୧ ମାସ ଧରି ଅଭିଯୋଗ କରିଆସୁଛନ୍ତି | କିନ୍ତୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ବଦଳି କରିବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ପୂର୍ବ ନିଷ୍ପତି ଅନୁଯାୟୀ ଶୁକ୍ରବାର ଦିନ ବ୍ଳକ ଅଞ୍ଚଳର ୨୨୮ କେନ୍ଦ୍ରକୁ ବନ୍ଦ କରି କର୍ମୀ ଓ ସହାୟିକା ମାନେ ବିଶାଳ ରାଲିରେ ଆସି ସି.ଡ଼ି.ପି.ଓ ଅଫିସ ଘେରାଉ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଉପଜିଲ୍ଲାପାଳ ,ଓଡ଼ିଏସ ଡବ୍ଲ୍ୟୁ ଓଙ୍କୁ ସି.ଡ଼ି.ପି.ଓଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ ! ଏଥିରେ ମୁଖ୍ୟ ଏକମାତ୍ର ଦାବୀ ଭାବରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଆସୁଥିବା ମହିଳା କ୍ଷେତ୍ର ପରିଦର୍ଶୀ କା ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ଅନ୍ୟତ୍ର ବଦଳି ପ୍ରସଙ୍ଗ ! ଏଠାରେ ସୂଚନାଯୋଗ୍ୟ ଯେ ପରିଦର୍ଶୀ କା ଶ୍ରୀମତୀ ପରିଡ଼ା ଭିମପଡ଼ାସେକ୍ଟର ମାନସିକ ନିର୍ଯ୍ୟାତନା ଦେବା ସହ କର୍ମୀମାନଙ୍କୁ ଦରମା ବନ୍ଦ

👇समाचार सुनने के लिए यहां क्लिक करें

ସୁପରଭାଇଜରଙ୍କର ବଦଳୀ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ।
ବୋଲଗଡ଼, ତା୩୧/୧୦ ( ସ . ବ୍ୟୁ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଳକର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟକରୁଥିବା ମହିଳା କ୍ଷେତ୍ର ପରିଦର୍ଶିକା ଶ୍ରୀମତୀ ପ୍ରଭାତି ପରିଡାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ କର୍ମୀ ଓ ସହାୟିକା ମାନେ ତାଙ୍କର ଅନ୍ୟ ବ୍ଳକକୁ ତୁରନ୍ତ ବଦଳି କରିବାପାଇଁ ଗତ ୧ ମାସ ଧରି ଅଭିଯୋଗ କରିଆସୁଛନ୍ତି | କିନ୍ତୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ବଦଳି କରିବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ପୂର୍ବ ନିଷ୍ପତି ଅନୁଯାୟୀ ଶୁକ୍ରବାର ଦିନ ବ୍ଳକ ଅଞ୍ଚଳର ୨୨୮ କେନ୍ଦ୍ରକୁ ବନ୍ଦ କରି କର୍ମୀ ଓ ସହାୟିକା ମାନେ ବିଶାଳ ରାଲିରେ ଆସି ସି.ଡ଼ି.ପି.ଓ ଅଫିସ ଘେରାଉ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ଖୋର୍ଦ୍ଧା ଉପଜିଲ୍ଲାପାଳ ,ଓଡ଼ିଏସ ଡବ୍ଲ୍ୟୁ ଓଙ୍କୁ ସି.ଡ଼ି.ପି.ଓଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ ! ଏଥିରେ ମୁଖ୍ୟ ଏକମାତ୍ର ଦାବୀ ଭାବରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଆସୁଥିବା ମହିଳା କ୍ଷେତ୍ର ପରିଦର୍ଶୀ କା ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ଅନ୍ୟତ୍ର ବଦଳି ପ୍ରସଙ୍ଗ !
ଏଠାରେ ସୂଚନାଯୋଗ୍ୟ ଯେ ପରିଦର୍ଶୀ କା ଶ୍ରୀମତୀ ପରିଡ଼ା ଭିମପଡ଼ାସେକ୍ଟର ବୋଲଗଡ଼ସେକ୍ଟର ଓ ବାଙ୍କୋଇସେକ୍ଟରରେ କାର୍ଯ୍ୟକରୁଥିଲାବେଳେ କ୍ଷେତ୍ର ପରିଦର୍ଶନକୁ ନ ଯାଇ କର୍ମୀମାନଙ୍କୁ ବାରମ୍ଵାର ବ୍ଳକ କାର୍ଯ୍ୟାଳୟକୁ ଡ.କାଇ ମାନସିକ ନିର୍ଯ୍ୟାତନା ଦେବା ସହ କର୍ମୀମାନଙ୍କୁ ଦରମା ବନ୍ଦ , କାରଣଦର୍ଶାଅ ନୋଟିସ୍ ସହ ବହୁ ଧମକଚମକ ଦେଉଛନ୍ତି ” ପୂର୍ବରୁ ବୋଲଗଡ଼ ବ୍ଳକ ଅଙ୍ଗନୱାଡିସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଲିଖିତ ଅଭିଯୋଗ କରିଥିଲେ, ଆଜି ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ ବୋଲଗଡ଼ ଶାଖାର କର୍ମକର୍ତ୍ତାସହ ୪ଶହରୁ ଉର୍ଦ୍ଧ କର୍ମୀ ଓ ସହାୟିକା ମାନେ ବୋଲ ଗଡ଼ସଦର ମହକୁମାସ୍ଥ ନଳିଘୋଷଭବନରୁ ଏକ ଶୋଭାଯାତ୍ରାରେ ବାହାରି ଗୋପବଧୁଛକ ଥାନାଛକ ଡାକ୍ତରଖାନା ଛକ ଖଦିକେନ୍ଦ୍ର ବଜାର ହୋଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ସି.ଡି.ପି.: ଓଙ୍କୁ ଦବୀପତ୍ର ପ୍ରଦାନ କରିଥିଲେ।ଏହାପରେ ସେଠାରେ ଦୀର୍ଘ ୪ଘଣ୍ଟାଧରି ଧାରଣାରେ ବସିଥିଲେ । ଆସନ୍ତା ସାତ ଦିନ ମଧ୍ୟରେ ଦାବୀ ପୁରଣ ନ ହେଲେ ବାଧ୍ୟ ହୋଇ କର୍ମୀ ଓ ସହାୟିକା ମାନେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦକରି ବ୍ଳକ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତା ବନି ଦେଇଛନ୍ତି | ଆଜିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସଂଘର ଉପଦେଷ୍ଟାଗଙ୍ଗାଧର ଦାଶ , ଭାରତୀୟ ମଜଦୁର ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଅକ୍ଷୟ କୁମାର ରାଉତ୍ତ.ବ୍ଳକ ସଭାନେତ୍ରୀ ମେରିଆ ବେଗମ. ସଂପାଦିକା ସୁଲେଚନା ପରିଡ଼ା , ସଂଗଠନ ସଂପାଦିକା ନମିତା ପ୍ରଧାନ, ପ୍ରତିମା ଦେଇ ,କମଳିନୀ ମହାନ୍ତି , ଜାହ୍ନବୀ ସାହୁ, ରେଣୁବାଳା ଦେଇ, ପ୍ରବାସିନୀ ମହାରଣା, ଶାନ୍ତ୍ରି ଲତା ଦେଇ , ପ୍ରବୀଣାରଣସିଂ , ମିଲିମଙ୍ଗରାଜ ଅନୁପମା ସାହୁ, ଜୟଶ୍ରୀ ହୋତା ପ୍ରମୁଖ ¡

Sidha Sambad
Author: Sidha Sambad

Leave a Comment

और पढ़ें