Day: December 24, 2025

ବାପୁଜୀ ବିଦ୍ୟାପୀଠ ଢୋଲମରାର ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ୨୦୨୫। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରେ ଅବସ୍ଥିତ ବାପୁଜୀ ବିଦ୍ୟାପୀଠର ୧୯୯୧ ମାଟ୍ରିକ ବ୍ୟାଚ ମଇଂଶିବିନ୍ଧା ଗ୍ରାମ ନିକଟସ୍ଥ କର୍ପୁର ଝରଣା ଆଶ୍ରମ ପୀଠରେ ଢୋଲମରା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୮୮ ଓ ବାପୁଜୀ ବିଦ୍ୟାପୀଠର ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀ ଓ ସହପାଠିନୀଙ୍କ ବନ୍ଧୁମିଳନ ସହିତ ଗୁରୁପୂଜନ କାର୍ଯ୍ଯକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୫ ବର୍ଷ ପରେ ୪୧ ରୁ ଉର୍ଦ୍ଧ୍ବ ସହପାଠୀଙ୍କ ସପରିବାର ଓ ୨୫ରୁ ଉର୍ଦ୍ଧ୍ବ ପୂଜ୍ୟ ବରେଣ୍ୟ ଗୁରୁମାନଙ୍କ ସହ ମୋଟ ୧୫୦ ରୁ ଉର୍ଦ୍ଧ୍ବ ବନ୍ଧୁ କାର୍ଯ୍ଯକ୍ରମରେ ଯୋଗଦେଇ ନିଜ ନିଜ ମଧ୍ଯରେ ଭାବର ଆଦାନ ପ୍ରଦାନ କରିଥିଲେ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ।