ସରକାରୀ ଏୟାର ଲାଇନ୍ ବିକ୍ରି ହୋଇଛି !

👇समाचार सुनने के लिए यहां क्लिक करें

ଇସଲାମାବାଦ:  ସରକାରୀ ଏୟାର ଲାଇନ୍ ପିଆଇଏ ବିକ୍ରି ହୋଇଛି । ଆରିଫ୍ ହବିବ ଗ୍ରୁପ୍ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ (PIA)କୁ ୪୩୨୦ କୋଟି ଟଙ୍କା କ୍ରୟ କରିଛି । ପାକିସ୍ତାନ ସରକାର ଏୟାର ଲାଇନ୍ ଲାଗି ୩୨୦୦ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ । କିନ୍ତୁ ଏହାଠୁ ଅଧିକ ୧୩୨୦ କୋଟି ଟଙ୍କା ମିଳିଛି । ନିଲାମୀ ସମୟରେ ଆରିଫ ହବିବ ଗ୍ରୁପ ଏବଂ ଲକି ସିମେଣ୍ଟ ଗ୍ରୁପ୍ ମଧ୍ୟରେ ଟକ୍କର ହୋଇଥିଲା । ଲକି ସିମେଣ୍ଟ ଗ୍ରୁପ୍ ୪୨୮୮ କୋଟି ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇଥିଲା ।ବିମାନ କମ୍ପାନୀ ବିକ୍ରୟ ପଛରେ ସବୁଠାରୁ ବଡ଼ କାରଣ ହେଉଛି IMF ନୀତି। ପାକିସ୍ତାନକୁ IMF ଠାରୁ ୭ ବିଲିୟନ ଡଲାର ଋଣ ଆବଶ୍ୟକ। ଏଥିପାଇଁ ଆଇଏମଏଫ ଚାହୁଁଛି ଯେ, ପାକିସ୍ତାନରେ କ୍ଷତିରେ ଚାଲୁଥିବା ସରକାରୀ କମ୍ପାନୀଗୁଡ଼ିକୁ ଘରୋଇକରଣ କରାଯାଉ। ଏହି ସର୍ତ୍ତ ଅନୁଯାୟୀ, ପାକିସ୍ତାନ ପିଆଇଏ ସମେତ ଏହାର ୨୪ଟି ସରକାରୀ କମ୍ପାନୀକୁ ଘରୋଇକରଣ କରୁଛି ।ଏୟାର ଲାଇନକୁ କ୍ରୟ କରିବା ଲାଗି ୩ ଜଣ ଦାବିଦାର ଥିଲେ । ଏଥିରେ ଲକି ସିମେଟ୍ ଗ୍ରୁପ୍, ଆରିଫ ହବିବ କର୍ପୋରେସନ୍ ଏବଂ ପ୍ରାଇଭେଟ୍ ଏୟାର ଲାଇନ୍ ଏୟାର ବ୍ଲୁ ସାମିଲ ଥିଲେ । ପ୍ରଥମେ ୩ କମ୍ପାନି ବନ୍ଦ ଲଫାପାରେ ନିଜ ନିଜର ନିଲାମୀ ରାଶି ସଂପର୍କରେ ସୂଚନା ଦେଇଥିଲେ । ଆରିଫ ହବିବ ଗ୍ରୁପ୍ ୩୬୮୦ କୋଟି ଟଙ୍କା, ଲକି ସିମେଣ୍ଟ ୩୨୪୮ କୋଟି ଏବଂ ଏୟାର ବ୍ଲୁ ୮୪୮ କୋଟି ଟଙ୍କା ଉଲ୍ଲେଖ କରିଥିଲେ । ଏହା ପରେ ଏୟାର ବ୍ଲୁ ବିଡିଂ ପ୍ରକ୍ରିୟାରୁ ବାଦ ପଡ଼ିଥିଲା ।ଆର୍ଥିକ ସଂକଟରେ ପିଆଇଏର ୭୫ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ସରକାର ଚିନ୍ତା କରିଥିଲେ । ଆଜିର ଏହି ନିଲାମୀ ଟିଭି ଚ୍ୟାନେଲ୍ରେ ଲାଇଭ ଷ୍ଟ୍ରିମିଂ ହୋଇଥିଲା । ସେପଟେ ଡେଡଲାଇନର ୨ ଦିନ ପୂର୍ବରୁ ସେନା ସହ ଜଡ଼ିତ ଏକ ସାର କମ୍ପାନି ନିଲାମୀରୁ ଓହରି ଯାଇଥିଲା । ପରେ ଏହି ରେସ କେବଳ ୩ଟି କମ୍ପାନି ସାମିଲ ହୋଇଥିଲେ ।

 

Sidha Sambad
Author: Sidha Sambad

Leave a Comment

और पढ़ें