ଜାନୁୟାରୀ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ

👇समाचार सुनने के लिए यहां क्लिक करें

ନୂଆ ବର୍ଷ ପାଖେଇ ଆସୁଥିବା ବେଳେ ବର୍ଷ ଆରମ୍ଭରୁ ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଯୋଜନା ଆରମ୍ଭ ହୋଇଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୬ ବର୍ଷ ପାଇଁ ବ୍ୟାଙ୍କ ଛୁଟି ସୂଚୀ ପ୍ରକାଶ କରିଛି। ଆର୍ବିଆଇ ନୋଟିସ୍ ଅନୁଯାୟୀ, ଜାନୁଆରୀ ୨୦୨୬ରେ ପଞ୍ଜାବ ଏବଂ ଜମ୍ମୁ ଏବଂ କାଶ୍ମୀର ସମେତ ଅନେକ ରାଜ୍ୟରେ ବ୍ୟାଙ୍କ କିଛିଦିନ ଛୁଟି ରହିବ। ଏହାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ସତର୍କ ରହିବା ଆବଶ୍ୟକ। କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାରବାର କରିବା ପୂର୍ବରୁ ଗ୍ରାହକମାନେ ରାଜ୍ୟ କିମ୍ବା ସହରର ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଜାନୁଆରୀ ୧: ନୂଆ ବର୍ଷ ଦିନ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ (ମିଜୋରାମ, ତାମିଲନାଡୁ, ସିକ୍କିମ୍, ମଣିପୁର, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ମେଘାଳୟ)
•ଜାନୁଆରୀ ୨: ନୂଆ ବର୍ଷ ଦିନ କିଛି ରାଜ୍ୟରେ ଛୁଟି (କେରଳ, ମିଜୋରାମ)
* ଜାନୁଆରୀ ୪,୧୧,୧୮ ଏବଂ ୨୫: ରବିବାର
•ଜାନୁଆରୀ ୧୦: ଦ୍ୱିତୀୟ ଶନିବାର
•ଜାନୁଆରୀ ୧୪-୧୫: ମକର ସଂକ୍ରାନ୍ତି,ବିହୁ,ପୋଙ୍ଗଲ ଏବଂ ଉତ୍ତରାୟଣ ପାଇଁ ଛୁଟି
ସେହିପରି
•ଜାନୁଆରୀ ୨୩: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ/ବସନ୍ତ ପଞ୍ଚମୀ, ପଶ୍ଚିମବଙ୍ଗ, ଓଡ଼ିଶା, ତ୍ରିପୁରା ଆଦି ରାଜ୍ୟ ରେ ବନ୍ଦ ରହିବ ବ୍ୟାଙ୍କ
•ଜାନୁଆରୀ ୨୪: ଚତୁର୍ଥ ଶନିବାର
•ଜାନୁଆରୀ ୨୬: ଗଣତନ୍ତ୍ର ଦିବସ (ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ)
ଆରବିଆଇ କହିଛି ଯେ ଗ୍ରାହକମାନେ ୟୁପିଆଇ,ନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବାର ସର୍ବାଧିକ ବ୍ୟବହାର କରିବା ଉଚିତ।କାରଣ ଏହି ସେବାଗୁଡ଼ିକ ଛୁଟିଦିନ ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଆପଣ ଅମୃତସର,ପଞ୍ଜାବ,କିମ୍ବା ଶ୍ରୀନଗର,ଜମ୍ମୁ ଏବଂ କାଶ୍ମୀର ଥାଆନ୍ତୁ ନା କାହିଁକି,ସଠିକ୍ ଯୋଜନା ସହିତ ବ୍ୟାଙ୍କିଂ କାର୍ଯ୍ୟ ସହଜରେ ସମ୍ପାଦିତ ହୋଇପାରିବ।

Sidha Sambad
Author: Sidha Sambad

Leave a Comment

और पढ़ें