୨୪ ଘଣ୍ଟାରେ ଦୁଇ ଦୁଇଟି ଅଘଟଣ; ପୁଣି ଜଳିଗଲା ‘ଆମ ବସ୍’। କଳିଙ୍ଗ ଷ୍ଟୁଡିଓ ପରେ ଏବେ ପଟିଆ ଡିପୋରେ ଲାଗିଲା ନିଆଁ। ଚାର୍ଜିଂ ବେଳେ ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକ୍ ବସ୍; ରକ୍ଷଣାବେକ୍ଷଣ ଉପରେ ଉଠିଲା ପ୍ରଶ୍ନ।
ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର। ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ମିଳିବ ତ୍ୱରିତ ସେବା; ନୂଆ ଓପିଡି (OPD) ବିଲ୍ଡିଂର ମଧ୍ୟ ହେଲା ଶୁଭାରମ୍ଭ।
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ସହରରେ ମିଳିବ ୨୪ ଘଣ୍ଟିଆ ପିଇବା ପାଣି; ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋହନ ମାଝୀ। ବିକାଶ ପଥରେ ପଶ୍ଚିମ ଓଡ଼ିଶା; ପାଣି ସମସ୍ୟାର ହେବ ସ୍ଥାୟୀ ସମାଧାନ।