ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଚେହେରା ତଥା ‘ଲୋକା’ ଗର୍ଲ ଭାବେ ପରିଚିତ କଲ୍ୟାଣୀ ପ୍ରିୟଦର୍ଶନ ଏବେ ବଲିଉଡ୍ ମୁହାଁ ହୋଇଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଝିଅ କଲ୍ୟାଣୀ ଖୁବଶୀଘ୍ର ହିନ୍ଦୀ ସିନେମାରେ ପଦାର୍ପଣ କରିବାକୁ ଯାଉଛନ୍ତି।
ହେରା ଫେରି, ଭୁଲ୍ ଭୁଲୈୟା ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କୁ କିଏ ବା ନ ଜାଣେ! ଏବେ ତାଙ୍କ ଝିଅ କଲ୍ୟାଣୀ ପ୍ରିୟଦର୍ଶନ ବଲିଉଡରେ ଏଣ୍ଟ୍ରି କରିବାକୁ ପୂରା ପ୍ରସ୍ତୁତ। ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଯାଦୁ ଦେଖାଇବା ପରେ, ସେ ଏବେ ହିନ୍ଦୀ ଦର୍ଶକଙ୍କ ମନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।
ଶୁଣିବାକୁ ମିଳୁଛି ଯେ, କଲ୍ୟାଣୀ ବଲିଉଡର କିଛି ବଡ଼ ପ୍ରଡକ୍ସନ୍ ହାଉସ୍ ସହ ଆଲୋଚନା କରୁଛନ୍ତି ଏବଂ ଖୁବଶୀଘ୍ର ଏନେଇ ବଡ଼ ଘୋଷଣା ହୋଇପାରେ। ସାଉଥ୍ରେ ତାଙ୍କର କ୍ୟୁଟ୍ ଲୁକ୍ ଏବଂ ଦମଦାର ଅଭିନୟ ପାଇଁ ସେ ବେଶ୍ ଲୋକପ୍ରିୟ। ଦେଖିବାକୁ ବାକି ରହିଲା, ବାପାଙ୍କ ଭଳି ଝିଅ ବଲିଉଡରେ କେତେ ସଫଳ ହେଉଛନ୍ତି।
ପ୍ରଳୟ’ର କାହାଣୀ ବିନାଶ ପରବର୍ତ୍ତୀ ବିଶୃଙ୍ଖଳିତ ମୁମ୍ବାଇ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ କଲ୍ୟାଣୀ କହିଛନ୍ତି, ହିନ୍ଦୀ ସିନେମାରେ ତାଙ୍କର ଖୁବ୍ ରୁଚି ରହିଛି । ଭଲ କାହାଣୀ ଉପରେ ତାଙ୍କର ପୂରା ଫୋକସ୍ । ସିନେମାରେ ଭାଷା ତାଙ୍କ ପାଇଁ କଦାପି ବାଧକ ନୁହେଁ ।
ସେ ଆହୁରି କହିଛନ୍ତି, ଭଲ କାହାଣୀ ସର୍ବଦା ତାଙ୍କ ପାଖକୁ ଆସେ । କାହାଣୀ ମାମଲାରେ ସେ ନିଜକୁ ଜଣେ ଲୋଭୀ କଳାକାର ବୋଲି କହିଛନ୍ତି । ବ୍ଲକ୍ବଷ୍ଟର ଫିମେଲ୍ ସୁପର୍ହିରୋ ଫିଲ୍ମ ‘ଲୋକା’ର ସଫଳତା ପରେ କଲ୍ୟାଣୀଙ୍କ ପାଖକୁ ଅନେକ ଅଫର୍ ଆସୁଛି । ହିନ୍ଦୀ ସିନେମାରେ ମଧ୍ୟ ଏକାଧିକ ଅଫର୍ ମିଳିଥିବା ସେ କହିଛନ୍ତି ।






