Day: February 14, 2026

ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଶିଳାନ୍ୟାସ କଲେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କ, ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟର ଟେକ୍ସଟାଇଲ୍ ପାର୍କରେ ୧,୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ, ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ ହେବ ଅନେକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯାଇ ଓଡ଼ିଶାକୁ ଏ କ୍ଷେତ୍ରରେ ଏକ ପାୱାର ହାଉସ ଭାବରେ ବିକଶିତ କରାଯିବ ଡାଟା ସେଣ୍ଟର ଦ୍ୱାରା ସମସ୍ତ ତଥ୍ୟ ସୁରକ୍ଷିତ ରହିବ, ନାଗରିକ କୈନ୍ଦ୍ରିକ ସେବା ଗୁଡିକ ନିରନ୍ତର ଜାରୀ ରହିବ କେବଳ ଖଣି ବା ଇସ୍ପାତ ନୁହେଁ, ବହୁବିଧ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା କରାଯାଇ କେନ୍ଦୁଝରକୁ ଅଭିବୃଦ୍ଧିର କେନ୍ଦ୍ର କରାଯିବ- ମୁଖ୍ୟମନ୍ତ୍ରୀ

ଆଜି ଓଡ଼ିଶା ପ୍ରଶାସନ ପାଇଁ ଏକ ବଡ଼ ଦିନ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସ୍ତାବ ଉପରେ ମୋହର ଲାଗିବାକୁ ଯାଉଛି।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଦେଶର ୮ଟି ରାଜ୍ୟ ପାଇଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି। ବିଶେଷ କରି ପଶ୍ଚିମା ଝଡ଼ ଏବଂ ସାମୁଦ୍ରିକ ବାୟୁର ପ୍ରଭାବରେ ଏହି ପରିସ୍ଥିତି ସୃଷ୍ଟି ହୋଇପାରେ।

ଇଲେକ୍ଟୋରାଲ ଟ୍ରଷ୍ଟ ସ୍କିମ୍‌ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିକୁ ନେଇ ନିକଟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁସାରେ, ଭାରତୀୟ ଜନତା ପାର୍ଟି (ବିଜେପି) ଏହି ସ୍କିମ୍‌ର ସବୁଠାରୁ ବଡ଼ ହିତାଧିକାରୀ ଭାବେ ଉଭା ହୋଇଛି।