ଦୁଇ ପ୍ରକାର ଥାଳିରେ ଚାଲିଛି ମହାଘୋଟାଲା: ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ।

👇समाचार सुनने के लिए यहां क्लिक करें

ସରକାରଙ୍କ ଯୋଜନା – “କେହି ଭୋକିଲା ରହିବେନି”, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଓଡ଼ିଶାର ବିଭିନ୍ନ ଆହାର କେନ୍ଦ୍ରରୁ ଆସୁଛି ସାଂଘାତିକ ଅଭିଯୋଗ। ଖାଦ୍ୟ ମାଗିଲେ ଗରିବଙ୍କୁ ମିଳୁଛି ପ୍ରହାର, ଆଉ ଥାଳିରେ ପରସା ଯାଉଛି ଅଧାପେଟା ଖାଦ୍ୟ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଦୁଇ ପ୍ରକାରର ଥାଳି ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।

  • ଦୁଇ ପ୍ରକାର ଥାଳିର ରହସ୍ୟ: ଅଭିଯୋଗ ଅନୁସାରେ, ସରକାରୀ ଯାଞ୍ଚ ବେଳେ ବଡ଼ ଥାଳି ଦେଖାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ଖାଇବାକୁ ଦେବା ବେଳେ ଛୋଟ ଓ ଅଗଭୀର ଥାଳି ବ୍ୟବହାର କରାଯାଉଛି, ଯେଉଁଥିରେ ଖାଦ୍ୟ ପରିମାଣ ବହୁତ କମ୍ ରହୁଛି।

  • ଗରିବଙ୍କୁ ଅପମାନ: ଯେଉଁମାନେ ପେଟ ପୁରା ଖାଦ୍ୟ ମାଗୁଛନ୍ତି ବା ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଉଛନ୍ତି, ସେମାନଙ୍କୁ କେନ୍ଦ୍ରର କର୍ମଚାରୀମାନେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରୁଥିବା ଘଟଣା ସାମ୍ନାକୁ ଆସିଛି।

  • ସିଧା ସମ୍ବାଦର ପ୍ରଶ୍ନ: ରାଜ୍ୟର ଗରିବ ଲୋକଙ୍କ ପାଇଁ ଆସୁଥିବା ପାଣ୍ଠି ଯାଉଛି କୁଆଡ଼େ? ଠିକାଦାର ଓ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ କଣ ବଳି ପଡ଼ୁଛି ଗରିବର ଭୋକ?

  • ଏସ୍‌ଏଚ୍‌ଜି ମହିଳା ଓ ଗରିବ (ହିତାଧିକାରୀ)ଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ କଥାଯାଉଛି। ଫଳ କିନ୍ତୁ ଶୂନ୍‌। ବାଧ୍ୟ ହୋଇ ଭୋକମେଣ୍ଟାଇବାକୁ ଗରିବ ହିତାଧିକାରୀ ପେଟପୂରା ଭୋଜନକୁ ୧୦ ଟଙ୍କା, ଅଧାପେଟ ପାଇଁ ୫ ଟଙ୍କା ଦେବାକୁ ପଡୁଛି। ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ନୂଆ ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ରରେ ଏଭଳି ବ୍ୟବସ୍ଥାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ରରେ ଦିନକୁ ୯୦୦ ଗରିବଙ୍କ ପାଇଁ ଭାତ, ଡାଲ୍‌ମା ଆସୁଛି। ହେଲେ ଗରିବଙ୍କୁ ଦୁଇ ପ୍ରକାର ଥାଳିରେ ପରଷା ଯାଉଛି।

    ସେକ୍ଟର-୨ ସରକାରୀ ବସ୍‌ଷ୍ଟାଣ୍ଡ କେନ୍ଦ୍ରରେ ଦିନକୁ ୫୦୦, ସେକ୍ଟର-୧୯ ଅନ୍ତର୍ଗତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମ୍ମୁଖ ଆହାର କେନ୍ଦ୍ରରେ ମଧ୍ୟାହ୍ନରେ ୫୦୦ ଓ ରାତିରେ ୧୦୦, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଚିଏଚ୍‌) ପରିସର କେନ୍ଦ୍ରରେ ମଧ୍ୟାହ୍ନରେ ୧୦୦୦ ଓ ରାତିରେ ୩୦୦, ପାୱାର ହାଉସ୍‌ରୋଡସ୍ଥ କେନ୍ଦ୍ରରେ ମଧ୍ୟାହ୍ନରେ ୯୦୦, ବେଦବ୍ୟାସ କେନ୍ଦ୍ରରେ ଗୋଟିଏ ଓଳି ଦୈନିକ ୧୦୦୦ ଗରିବଙ୍କୁ ଏମିତି ଦିନକୁ ମୋଟ ୫,୨୦୦ ଆହାର ଆର୍‌ଏମ୍‌ସି ପକ୍ଷରୁ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ଆହାର ‌ଭୋଜନ ମୂଲ୍ୟ ସରକାର ୨୭ ଟଙ୍କା ଧାର୍ଯ୍ୟ କରିଛନ୍ତି। ୨୨ ଟଙ୍କା ସରକାର ବହନ କରୁଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें