କେପିଏଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮ ତମ ସାମ୍ବତ୍ସରିକ ଉତ୍ସବI

👇समाचार सुनने के लिए यहां क्लिक करें

ବୋଲଗଡ଼,୧୪/୨(ଭାସ୍କର)ବୋଲଗଡ଼ ବ୍ଲକ ବାଙ୍କୋଇ ସ୍ଥିତ କାଳୀଚରଣ ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮ ତମ ସମ୍ବତ୍ସରିକ ଉତ୍ସବ ଶନିବାର ଦିନ ଅନୁଷ୍ଠାନ ପରିସର ରେଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ତପନ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ପ୍ରତିଷ୍ଠାତା କାଳୀ ଚରଣ ଜୟସିଂହ ମୁଖ୍ୟ ଅତିଥି, ଶିକ୍ଷାବିତ୍ ସତ୍ୟବାଦୀ ବଳିୟାରସିଂହ ମୁଖ୍ୟବକ୍ତା ଓ +୩ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ, ସିଏମସି ପ୍ରାକ୍ତନ ସମ୍ପାଦିକା କୁମୁଦିନୀ ଜୟସିଂହ, ପ୍ରାକ୍ତନ ଅଧ୍ୟକ୍ଷ ରଙ୍କନିଧି ବଳୀୟରସିଂ,ପ୍ରଶିକ୍ଷଣ ବିଦ୍ୟାଳୟ ଅଧ୍ୟକ୍ଷ ମନୋରଞ୍ଜନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଛାତ୍ରୀ ମାନଙ୍କଦ୍ଵାରା ଆବାହନି ସଙ୍ଗୀତ ପରିବେଷଣ ପରେ ଅଧ୍ୟାପକ ସେଖ ଆକବର ଅଲ୍ଲୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସର ରେ ଶ୍ରୀପ୍ରସାଦ ସାମନ୍ତଙ୍କ ସଂଯୋଜନାରେ କ୍ରୀଡା କ୍ଷେତ୍ରରେ ଚମ୍ପିୟାନ ସୁଜାତା ବରାଡ ଓ ସୁଭାସିସ ରାୟସିଂହ ଙ୍କ ସମେତ ଅନ୍ୟମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନକରାଯାଇଥିଲା।କଲେଜ ଅଧ୍ୟାପିକା ଅଧ୍ୟାପକ,କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶ୍ରୀନିବାସ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें