*ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ପ୍ରଥମ ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା*
ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ ୦୪.୧୦.୨୦୨୬ ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ ୧,୪୪୮ NBW କାର୍ଯ୍ୟକାରୀ, ୧,୭୦୭ ଅବକାରୀ ମାମଲା ଓ ୮୯ NDPS ମାମଲା ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ସହ ବେଆଇନ ନିଶାଦ୍ରବ୍ୟ ଓ ମଦ କାରବାର ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ, କମିଶନରେଟ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ ଗୁଡିକର ମିଳିତ ସମନ୍ୱୟରେ ସେପ୍ଟେମ୍ବର ୨୧ରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଚାଲିଥିଲା। ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯାଇଥିବା ବେଳେ BNSS ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି। ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି NDPS ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୮.୧୩ ଟନ୍ ଗଞ୍ଜେଇ ଜବତ ହୋଇଛି।ଏଥିସହ ୧୯,୩୮୭ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା ବେଳେ ୩୯୪.୬୪୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୧,୦୬୬ଟି କଫ୍ ସିରପ୍ ବୋତଲ ଜବତ କରାଯାଇଛି। ସେହିପରି ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧,୭୦୭ଟି ମାମଲା ରୁଜୁ କରାଯାଇ ୧୪୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୦,୨୯୮.୨୪ ଲିଟର ଚୋରା ଦେଶୀ ମଦ, , ୨,୯୨୨.୪୦୯ ଲିଟର ବିଦେଶୀ ମଦ, ୧,୦୯୨.୫୪ ଲିଟର ଆସ୍କା-୪୦ ଜବତ କରାଯାଇଛି। ଏଥିସହ ୮୦୦ କେଜି ପୋଚ ଓ ୮୧ ଲିଟର ମହୁଲି ମଦ ମଧ୍ୟ ଜବତ ହୋଇଛି। ଏହାବ୍ୟତୀତ ଜୁଆ କାରବାର ବିରୋଧରେ ୪୬ଟି ମାମଲା ରୁଜୁ କରାଯାଇ ୬୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪,୩୬,୦୮୬ ଟଙ୍କା