ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୨୧ପରୀକ୍ଷାର୍ଥୀ ଅନୁପସ୍ଥିତ

👇समाचार सुनने के लिए यहां क्लिक करें

ଭାପୁର ୩।୧୦ (ସିଧା ସମ୍ବାଦ) ଭାପୁର ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ୫ମ ବୃତ୍ତି ପରୀକ୍ଷା ଶନିବାର ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି।ଭାପୁର ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟରୁ ୧୪୨ ଜଣ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ନିମନ୍ତେ ଆବେଦନ କରିଥିଲେ ହେଁ ସର୍ବମୋଟ ୧୨୧ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଅନୁପସ୍ଥିତ ଥିବା ଅନୁଷ୍ଠାନର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାସଙ୍କ ଠାରୁ ପ୍ରକାଶ।ଭାପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଣୀ ଯଶୋଦା ସାହୁ ନିରୀକ୍ଷକ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନାରେ ସକ୍ରୀୟ ସହଯୋଗ କରିଥିବା ଭାପୁର ଗୋଷ୍ଠୀ ଶିକ୍ଷାଧିକାରୀଣୀ ମୋନାଲିସା ରଥଙ୍କ ଠାରୁ ସୂଚନା ମିଳିଛି।

Sidha Sambad
Author: Sidha Sambad

Leave a Comment

और पढ़ें