କୁଳଡିହା ଅଭୟାରଣ୍ୟରେ ବନବିଭାଗର ଚଢାଉ , ବନ୍ଧୁକ ସହ ୫ଶିକାରୀ ଗିରଫ।

👇समाचार सुनने के लिए यहां क्लिक करें

କୁଳଡିହା ଅଭୟାରଣ୍ୟରେ ବନବିଭାଗର ଚଢାଉ , ବନ୍ଧୁକ ସହ ୫ଶିକାରୀ ଗିରଫ।
ନୀଳଗିରି -୨୫/୫(ସିଧାସମ୍ବାଦ);
ବାଲେଶ୍ୱର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟ ଚେମଚଟା ବିଟ ଅଞ୍ଚଳରେ ଅତର୍କିତ ଚଢ଼ାଉକରି ୫ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କୁଳଡିହା ବନବିଭାଗ। ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ, ବନ୍ଧୁକ ପାଉଡର, ଦୁଇଟି ଧନୁ, ୬ଟି ତୀର, ଗୋଟିଏ କୁଟାରି ଶିଙ୍ଗ, ୩ଟି ତାରରେ ନିର୍ମିତ ଫାଶ ଜବତ କରାଯାଇଛି।ଜଙ୍ଗଲରେ ପଶୁଜନ୍ତୁଙ୍କ ଗତିବିଧି ଏବଂ ଶିକାରୀଙ୍କ ଗତିବିଧି ଉପରେ ଲକ୍ଷ୍ୟ କରାଯିବାପାଇଁ ଲଗାଯାଇଥିବା ୧୫ଟି ଟ୍ରାପ କ୍ୟାମେରା ଚୋରୀରେ ସଂପୃକ୍ତି ଥିବା ନେଇ ଅନ୍ୟଏକ ଗୁପ୍ତ କ୍ୟାମେରା ସାହାଯ୍ୟରେ ଉତ୍ତୋଳନ କରାଯାଇଥିବା ଫୋଟ ଆଧାରରେ ଚିହ୍ନଟ କରି ସମସ୍ତ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରାଯାଇଥିବା କୁଳଡିହା ରେଞ୍ଜର ତଥା ଏସିଏଫ୍ ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି। ଗିରଫ ଶିକାରୀ ହେଲେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦରଖୋଳି ନିକଟସ୍ଥ ନରସିଂଶିଲା ଗ୍ରାମର ରମେଶ ମୁଣ୍ଡା (୪୫), ଗଣେଶ୍ୱର ମୁଣ୍ଡା (୨୧), ଗୋପି ହୋ, ମୋଦିଚୁଆ ଗ୍ରାମର ହାଡ଼ିଆ ଭଦ୍ରା(୨୭), ଏବଂ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ବାଗଦଫା ଗୌରଚନ୍ଦ୍ରପୁରର ସେଲାଏ ଗିଲୁଆ। ତେବେ କୁଳଡିହାକୁ ଶିକାରୀମୁକ୍ତ କରିବା ପାଇଁ ଏଭଳି ଅଭିଯାନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଏସିଏଫ୍ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें