ବାହାନଗା ବ୍ଲକ କସବାଜୟପୁରରେ ବସଷ୍ଟାଣ୍ଡ ନିର୍ମାଣ ନାଁରେ ଲୁଟ୍: ୫ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥିଲେ ମଧ୍ୟ ଅଧାପନ୍ତରିଆ କାମ, ବାଟବଣା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’!

👇समाचार सुनने के लिए यहां क्लिक करें

କସବାଜୟପୁର  ‘ସିଧା ସମ୍ବାଦ କଳିଙ୍ଗ’। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ପଞ୍ଚାୟତର କସବାଜୟପୁର ଅଞ୍ଚଳରେ ଜନସାଧାରଣଙ୍କ ମୌଳିକ ସୁବିଧାକୁ ନେଇ ପ୍ରଶାସନିକ ଉଦାସୀନତା ପଦାରେ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର କାମଟି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଠିକାଦାର ସମସ୍ତ କାମ ଶେଷ ନକରି ସମ୍ପୂର୍ଣ୍ଣ ବିଲ୍ ଉଠାଇ ନେଇଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ବିଡିଓ (BDO)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଅନ୍ୟପକ୍ଷରେ, ସରକାରୀ ଯୋଜନା ଅଧୀନରେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଏହି ରାସ୍ତାରେ ଆଦୌ ଚଳାଚଳ କରୁ ନଥିବା ଜଣାପଡ଼ିଛି। ଲୋକଙ୍କ ଯାତାୟାତ ସୁବିଧା ପାଇଁ ବସ୍ ଆସିବା କଥା ଥିଲେ ମଧ୍ୟ ପ୍ରଶାସନ ଏବଂ ସ୍ଥାନୀୟ ନେତା ଏଥିପ୍ରତି ଆଖିବୁଜି ବସିଛନ୍ତି। ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଜେପି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏହି ଅଞ୍ଚଳକୁ ତୁରନ୍ତ ବସ୍ ସେବା ଚାଲୁ କରିବାକୁ ସାଧାରଣରେ ଦାବି ହେଉଛି।

Sidha Sambad
Author: Sidha Sambad

Leave a Comment

और पढ़ें