ଚାଷୀଙ୍କ ଦୁଃଖ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେନି ପୂଜା ମଣ୍ଡପ ବୁଲା, ନିରାଡମ୍ବର ପାଳନ ପାଇଁ ନିଷ୍ପତ୍ତି I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର:

ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ସେ କୌଣସି ପୂଜା ମଣ୍ଡପ ବୁଲିବେ ନାହିଁ ଏବଂ ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳନ କରିବେ। ବିଶେଷ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବନ୍ୟାରେ ଚାଷୀ ଭାଇଭଉଣୀମାନଙ୍କ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ରାଜନୈତିକ ମହଲରେ ଚର୍ଚ୍ଚା ଏବଂ ‘ଚକମା’:

ମୁଖ୍ୟମନ୍ତ୍ରୀଙ୍କ ଏହି ସାଧୁ ଓ ଜନକଲ୍ୟାଣକାରୀ ପଦକ୍ଷେପ ରାଜନୈତିକ କରିଡରରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୈଳୀଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ଭୂଇଁ ସଂଲଗ୍ନ ନୀତି ଆପଣାଇ ମୋହନ ମାଝୀ ବିରୋଧୀଙ୍କୁ ଏକପ୍ରକାର ‘ଚକମା’ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଜନସାଧାରଣ ଏବଂ ଦୁର୍ଦ୍ଦଶାଗ୍ରସ୍ତ ଚାଷୀଙ୍କ ସହ ଏକତା ପ୍ରକାଶ କରି ସେ ପୂଜାର ଆଡମ୍ବରଠାରୁ ଦୂରେଇ ରହିଛନ୍ତି, ଯହାକି ବିରୋଧୀଙ୍କ ସମସ୍ତ ରାଜନୈତିକ ରଣନୀତିକୁ ଫିକା କରିଦେଇଛି।

Sidha Sambad
Author: Sidha Sambad

Leave a Comment

और पढ़ें