ଭୁବନେଶ୍ୱର/ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରାକୁ ଅଧିକ ଆରାମଦାୟକ ଏବଂ ଶାନ୍ତମୟ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଛି। ଅନେକ ସମୟରେ ଦେଖିବାକୁ ମିଳେ ଯେ, ଟ୍ରେନ୍ରେ କିଛି ଯାତ୍ରୀ ମୋବାଇଲ୍ରେ ଉଚ୍ଚ ଶବ୍ଦରେ ଗୀତ ଶୁଣନ୍ତି, ଭିଡିଓ ଦେଖନ୍ତି କିମ୍ବା ଲାଉଡ୍ସ୍ପିକରରେ କଥା ହୁଅନ୍ତି, ଯାହାକି ଅନ୍ୟ ଯାତ୍ରୀମାନଙ୍କ ପାଇଁ ବଡ଼ ବିରକ୍ତିର କାରଣ ପାଲଟେ।
ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ନିୟମ ଜାରି କରିଛି ଯେ, ଯଦି କୌଣସି ଯାତ୍ରୀ ଅନ୍ୟମାନଙ୍କୁ ଅସୁବିଧାରେ ପକାଇ ଟ୍ରେନ୍ ଭିତରେ ଉଚ୍ଚ ଶବ୍ଦରେ ମୋବାଇଲ୍ ବଜାନ୍ତି କିମ୍ବା ସ୍ପିକରରେ କଥା ହୁଅନ୍ତି, ତେବେ ତାଙ୍କୁ ରେଳ ଆଇନ ଅନୁଯାୟୀ କଡ଼ା ଜରିମାନା ଦେବାକୁ ପଡ଼ିବ। ଏପରିକି ଅଭିଯୋଗ ଆସିଲେ ରେଳ କର୍ମଚାରୀ କିମ୍ବା RPF ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେଣୁ ସମସ୍ତ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ହେଡ୍ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।