କ୍ରିକେଟ ପିଚ୍‌ ପରେ ଏବେ ବାହାଘର ବେଦୀ: ମାର୍ଚ୍ଚ ୧୪ରେ ବଂଶିକାଙ୍କ ହାତ ଧରିବେ କୁଲଦୀପ, ମସୁରୀରେ ଜମିବ ସେଲିବ୍ରିଟିଙ୍କ ଆସର।

👇समाचार सुनने के लिए यहां क्लिक करें

ମସୁରୀର ବିଳାସପୂର୍ଣ୍ଣ ରିସୋର୍ଟରେ ବାହାଘର, ଲକ୍ଷ୍ନୌରେ ଗ୍ରାଣ୍ଡ ରିସେପସନ ଏବଂ ସାମିଲ ହେବେ ବଡ଼ ବଡ଼ କ୍ରିକେଟର ଓ ରାଜନେତା।କ୍ରିକେଟ ଟିମର ଷ୍ଟାର ସ୍ପିନର କୁଲଦୀପ ଯାଦବ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । କୁଲଦୀପ ୧୪ ମାର୍ଚ୍ଚ ୨୦୨୬ରେ ବଂଶିକାଙ୍କ ସହିତ ବିବାହ କରିବେ । ବିବାହ ସମାରୋହ ଉତ୍ତରାଖଣ୍ଡର ହିଲ୍ ଷ୍ଟେସନ ମସୁରୀରେ ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ଆୟୋଜିତ ହେବ । ଏହି ଅବସରରେ ଦୁଇ ପରିବାର, ବନ୍ଧୁ ଏବଂ କିଛି ଘନିଷ୍ଠ ସଂପର୍କୀୟ ରହିବେ ।

ବିବାହର ଗୋଟେ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧୩ ତାରିଖରେ ହଲଦୀ ଏବଂ ମେହେନ୍ଦୀ ଉତ୍ସବ ଆୟୋଜନ ହେବ । ଏହି ସମାରୋହରେ ପରିବାର ଏବଂ ଘନିଷ୍ଠ ସଂପର୍କୀୟ ଉପସ୍ଥିତ ରହିବେ । କୁଲଦୀପ ଯାଦବ ଏବଂ ବଂଶିକାଙ୍କ ନିର୍ବନ୍ଧ ଜୁନ୍ ୪ ୨୦୨୫ରେ ଲକ୍ଷ୍ନୌର ଏକ ହୋଟେଲରେ ହୋଇଥିଲା । ତେବେ ବିବାହ ନଭେମ୍ବର ୨୦୨୫ରେ ହେବାକୁ ଥିଲା, କିନ୍ତୁ ଭାରତୀୟ ଟିମର କ୍ରିକେଟ ସୂଚୀ ଏବଂ ଟି୨୦ ବିଶ୍ବକପରେ କୁଲଦୀପ ଚୟନ ହୋଇଥିବା ବାହାଘର ହୋଇପାରିନଥିଲା ।

ସେପଟେ କୁଲଦୀପ ଯାଦବଙ୍କ ବାପା ରାମସିଂହ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରି ବିବାହ ଏବଂ ରିସେପସନକୁ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ବିବାହ ପରେ ୧୭ ମାର୍ଚ୍ଚରେ ଲକ୍ଷ୍ନୌର ହୋଟେଲ ସେଣ୍ଟ୍ରମରେ କରାଯିବ । ଏହି ବିବାହ ଉତ୍ସବରେ ବିସିସିଆଇ ଏବଂ ୟୁପିସିଏର ଅଧିକାରୀ ଏବଂ ସମସ୍ତ କ୍ରିକେଟରମାନେ ସାମିଲ ହେବେ ।

କୁଲଦୀପ ଯାଦବ ଆଇସିସି ମେନ୍ସ ଟି୨୦ ବିଶ୍ବକପ ୨୦୨୬ ଭାରତୀୟ ଟିମରେ ସାମିଲ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କୁଲଦୀପ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ପାକିସ୍ତାନ ବିପକ୍ଷରେ କଲମ୍ବୋରେ ମ୍ୟାଚ ଖେଳିଥିଲେ । କୁଲଦୀପ ଏହି ମ୍ୟାଚରେ ୧୪ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें