ପୋଲିସ ହେପାଜତରେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁ: ଥାନା ଘେରିଲେ ଉତ୍ୟକ୍ତ ଲୋକେ I

👇समाचार सुनने के लिए यहां क्लिक करें

“ପୁଣି କଳଙ୍କିତ ହେଲା ସୁରକ୍ଷାକର୍ମୀଙ୍କ ଚେହେରା! ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା। ଥାନା ଭିତରେ ଦିବ୍ୟାଙ୍ଗ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଏବଂ ପରେ ମୃତ୍ୟୁ ଅଭିଯୋଗ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ଥାନା ସମ୍ମୁଖରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। (ଭିଜୁଆଲ୍: ଲୋକଙ୍କ ପାଟିତୁଣ୍ଡ ଓ ବିକ୍ଷୋଭର ଦୃଶ୍ୟ)”

“ସୂଚନା ଅନୁଯାୟୀ, ଜଣେ ଅସହାୟ ଦିବ୍ୟାଙ୍ଗ ଯୁବକଙ୍କୁ ପୋଲିସ ଉଠାଇ ଆଣି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଯେଉଁ ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଦେବା କଥା, ସେ ଆଜି ଜଣେ ଅକ୍ଷମ ଯୁବକଙ୍କ ଜୀବନ ନେଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଥାନା ସମ୍ମୁଖରେ ହୋହାଲ୍ଲା ଓ ଗଣ୍ଡଗୋଳ କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ସେଠାରେ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ମୁସ୍କିଲ ହୋଇପଡ଼ିଛି।”

 “ବର୍ତ୍ତମାନ ସୁଦ୍ଧା ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, କେବେ ସୁଧୁରିବ ପୋଲିସର ଏହି ଥାର୍ଡ ଡିଗ୍ରୀ ଅଭ୍ୟାସ? ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି,

Sidha Sambad
Author: Sidha Sambad

Leave a Comment

और पढ़ें