ବାଲେଶ୍ୱରରେ ଦୁର୍ଗାପୂଜାର ଧୁମ୍, ମା’ଙ୍କ ମେଢ଼ ଦେଖିବାକୁ ଜମୁଛି ଜନସମାଗମ I

👇समाचार सुनने के लिए यहां क्लिक करें

ବାଲେଶ୍ୱର: ପାର୍ବଣର ଆନନ୍ଦରେ ଉତ୍ସବମୁଖର ହୋଇଉଠିଛି ବାଲେଶ୍ୱର ସହର। ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଆକର୍ଷଣୀୟ ମୂର୍ତ୍ତି, ସୁନ୍ଦର ମେଢ଼ ଓ ଆଖିଝଲସା ସାଜସଜ୍ଜା ଦର୍ଶକଙ୍କ ମନ ମୋହୁଛି।

ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ପରିବାର, ବନ୍ଧୁବାନ୍ଧବ ଓ ପରିଚିତଙ୍କ ସହ ମେଢ଼ ବୁଲି ଉତ୍ସବର ଆନନ୍ଦ ଉଠାଉଛନ୍ତି ଲୋକେ। ଆଲୋକମାଳାରେ ଝଲସୁଥିବା ପୂଜା ମଣ୍ଡପ ଓ ଆକର୍ଷଣୀୟ ତୋରଣ ପାର୍ବଣର ମାହୋଲକୁ ଆହୁରି ମନୋରମ କରିଛି।

ଭକ୍ତି ଓ ଉତ୍ସାହର ଏହି ପରିବେଶରେ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଜନସମାଗମ। ମା’ଙ୍କ ଆଶୀର୍ବାଦ ନେବା ସହ ମେଢ଼ ବୁଲିବାର ମଜା ନେଉଛନ୍ତି ଛୋଟଠାରୁ ବଡ଼ ସମସ୍ତେ।

Sidha Sambad
Author: Sidha Sambad

Leave a Comment

और पढ़ें