Category: ରାଜନୀତି

ଖଣ୍ଡପଡା ବ୍ଲକ ଅଧିନ ରୟତି ଢୋଲମରା ଗ୍ରାମର ପ୍ରଫୁଲ୍ଲ ସ୍ୱାଇଁଙ୍କ ପୁଅ ଦିପ୍ତିରଞ୍ଜନ ସ୍ବାଇଁ ଜଣେ ଦିବ୍ୟାଙ୍ଗ ଯୁବକ ଅଟନ୍ତି।ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ସେ ବିଛଣାରେ ପଡ଼ି ରହି ଅତି ଦୁଃଖ କଷ୍ଟରେ ଦିନ କାଟୁଛନ୍ତି।ଗତ ୨୦୧୬ ମସିହାରୁ ସେ ଭତ୍ତା ପାଇ ଆସୁଥିବା ବେଳେ ଗତ ୨୦୨୫ ଜାନୁୟାରୀ ମାସରୁ ବର୍ଦ୍ଧିତ ହାରରେ ସେ ମାସିକ ୩୫୦୦ ଟଙ୍କା ଭତ୍ତା ବାବଦରେ ପାଇ ଆସୁଥିଲେ।ମାତ୍ର ଗତ ଅକ୍ଟୋବର ଓ ନଭେମ୍ବର ୨ ମାସ ହେଲା ସେ ବର୍ଦ୍ଧିତ ହାରରେ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି।ଏବେ ସେ ମାସକୁ ଭତ୍ତା ବାବଦରେ ୧୦୦୦ ଟଙ୍କା ଲେଖାଏଁ ପାଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏ ସଂର୍ପକରେ ସେ ସ୍ଥାନୀୟ ସରପଞ୍ଚ,ପଞ୍ଚାୟତ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ।

ସେମିକଣ୍ଡକ୍ଟର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଉ ପାଦେ ଆଗେଇଲା ଓଡିଶା ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ ସିକ୍‌ସେମ୍‌ (SiCSem) ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ନିବେଶରେ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ, ୧୦୦୦ ନିଯୁକ୍ତି ସିକ୍‌ସେମ୍‌ କମ୍ପାନୀ ପକ୍ଷରୁ ଆଇ.ଆଇ.ଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ଏକ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’ ସ୍ଥାପିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଏମ୍‌.ପି ଲ୍ୟାଡ ଫଣ୍ଡରୁ ଭୁବନେଶ୍ୱର ଆଇ.ଆଇ.ଟି ରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରୀ’ ସ୍ଥାପନ ପାଇଁ ୫ କୋଟି ଟଙ୍କା ଅନୁମୋଦନ କଲେ ଆଇ.ଆଇ.ଟି ଭୁବନେଶ୍ୱରରେ ‘ପାୱାର ଇଲୋକ୍ଟ୍ରୋନିକ୍‌ସ ହବ୍‌’ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଘୋଷଣା ପୂର୍ବୋଦୟର ଗେଟ-ୱେ ଭାବେ ଓଡିଶା ବିକଶିତ ହେଉଛି-କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବେଙ୍ଗାଲୁରୁ ପରେ, ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବେ ଉଭା ହେଉଛି -ମୁଖ୍ୟମନ୍ତ୍ରୀ