ବୋଲଗଡ (ସିଧା ସମ୍ବାଦ)ବେଗୁନିଆ ବ୍ଳକରେ ଏବେ କିଛି ଦିନ ଧରି ହାତୀ ଆତଙ୍କ ଦେଖା ଯାଇଛି. କେତେବେଳେ ଗୋଠ ଛଡା ଦନ୍ତା ତ କେବେ ହାତୀ ପଲ ଜାତୀୟ ରାଜପଥ ୫୭ଉପରେ ବିଚରଣ କରିବା ଦେଖାଯାଉଛି. ଏବେ ଏକ ୧୫ଟିକିଆ ହାତୀ ଦଳ ବାଘମାରି ସିମର ଗହୀର ମଧରେ ବିଚରଣ କରୁଛନ୍ତି ଓ ଫସଲ ନଷ୍ଟ କରୁଛନ୍ତି. ତେବେ ହାତୀ ଙ୍କ ଉପରେ ବନ ବିଭାଗ ପକ୍ଷରେ ନଜର ରଖାଯାଇଛି ବୋଲି ବନପାଳ ପ୍ରିୟଦର୍ଶିନୀ ସେଠି ସୂଚନା ଦେଇଛନ୍ତି.



