ବିଦ୍ୟୁତବିଭାଗର ମହିଳା କର୍ମଚାରୀଙ୍କୁ ଉପଭୋକ୍ତାଙ୍କ ଅଭଦ୍ରଚିତୋ ଗାଳିଗୁଲଜ ନେଇ ଥାନାରେ ମାମଲା। ନୀଳଗିରି – ୨୧/୫(ସିଧାସମ୍ବାଦ); ବିଦ୍ୟୁତସମସ୍ୟା ନେଇ ଜଣେ ଉପଭୋକ୍ତା ଗ୍ରାହକସେବା କେନ୍ଦ୍ରକୁ ଫୋନକରି ସେବାକେନ୍ଦ୍ରର ଜୈନିକ ମହିଳା କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ମହିଳା ଜଣକ ନୀଳଗିରି ଥାନାରେ ଦ୍ବାରସ୍ଥ ହୋଇଛନ୍ତି।ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ସବ ଷ୍ଟେସନରେ।ସୂଚନା ମୁତାବକ ପଞ୍ଚଲିଙ୍ଗେଶ୍ବର ଅଞ୍ଚଳର ରାଧାମାଧବ ଜେନା ନାମକ ଉପଭୋକ୍ତା ବିଦ୍ୟୁତ୍ ସମସ୍ୟା ନେଇ ନୀଳଗିରି ବିଦ୍ୟୁତ ବିଭାଗର କଷ୍ଟମର କେୟାର (ଉପଭୋକ୍ତା ସେବାକେନ୍ଦ୍ର)କୁ ଫୋନ କରିଥିଲେ।ଉକ୍ତ କଷ୍ଚମର କେୟାର ଦାୟିତ୍ବରେ ଥିବା ବିଶ୍ବରୁପା ମହାନ୍ତି ଫୋନ ରିସିଭ କରିଥିଲେ ହେଁ ରାଧାମାଧବ କାହିଁକି ଲାଇନ କାଟିଛ ବୋଲି କହିବାସହ ହଠାତ ଅସଭ୍ୟଭାଷାରେ ଗାଳିଗୁଲଜ କରିଥିଲେ। ନିଜକୁ ଅପମାନିତ ମଣି ମହିଳା ଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ ଦୃଢକାର୍ଯ୍ଯାନୁଷ୍ଠାନ କରିବାକୁ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ପାଚିକା ଓ ସହାୟିକା ମହାସଂଘ ର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ରଣ ହୁକାଂର —————————————- ଚଳିତ ମାସ ମାସ 20 05 2025 ତାରିଖ ଦିନ ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ 17 ଦଫା ଦାବି ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ସାଧାରଣ ଲୋକଙ୍କ କୃଷି, ସ୍ୱାସ୍ଥ୍ମନ ଆଦି ସୁବିଧା ନିମନ୍ତେ ସରକାର ନୂତନ ପାଞ୍ଚୟତ ପୁନର୍ଗଠନ ପାଇଁ ଏବେ ଜୁନ ମାସ 30 ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଅପିଲ ରଖିଥିବା ବେଳେ ଆଜି ମୁନିଗୁଡା ବ୍ଲକ ର ନୂତନ ପଞ୍ଚୟତ ବିଜାବାଣ୍ଡଳୀ କୁ ନୂତନ ପଞ୍ଚୟତ ପାଇଁ ଜୋର ଧରିଲା ! ସ୍ଥାନୀୟ ବିଜବଣ୍ଡଳୀ ହନୁମାନ ମନ୍ଦିର ନିକଟର ଏକ ଆମ୍ବତୋଟା ଠାରେ ଅଂଚଳର ଜନସାଧାରଣ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ! ପୂର୍ବରୁ ଦୀର୍ଘ 25 କିଲୋମିଟର ଦୀର୍ଘ ଦୂରତ୍ୱ ର ଥିବା ଗାଁ ଗୁଡିକ ଯଥା ଖମବେଶି ଜାରାପା, ସେରକପଡି କେଶର ପାଡ଼ି , ବାତୁଡ଼ି ନିୟମଗିରି ପର୍ବତ ଅଞ୍ଚଳ ର ନିରୀହ ଆଦିବାସୀ ଶିବପଦର ପଞ୍ଚୟତ ଉପରେ ନିର୍ଭର କରି ଦୀର୍ଘ ବର୍ଷ ହେବ ଚଳି ଆସୁଛନ୍ତି ! ସରକାରୀ ସୁବିଧା ରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା , କଣ୍ଟ୍ରୋଲ ଚାଉଳ ପାଇଁ ଦୀର୍ଘ ବାଟ ଯିବା ଆସିବା ରେ ଅନେକ ଅସୁବିଧା ଭୋଗୁଥିବା ବେଳେ, ନୂତନ ପଞ୍ଚୟତ ର ବହୁମାତ୍ରା ରେ ଆବଶ୍ୟକ ରହିଛି ! ଭୌଗଳିକ ଦୃଷ୍ଟି କୋଣରୁ ବିଜବଣ୍ଡଳୀ ଗ୍ରାମ ଟି 700 ଭୋଟର ଥିବାବେଳେ ସମସ୍ତ କ୍ଷେତ୍ର ରେ ଉକ୍ତ ସ୍ଥାନ ଟି ଯୁକ୍ତିଗୁକ୍ତ ହୋଇଥିବାରୁ ଏଇଠାକୁ ପଞ୍ଚୟତ ରୂପେ ନୂତନ ପଞ୍ଚୟତ ଗଠନ କରାଗଲେ 17 ଟି ଗାଁ ର ପ୍ରାୟ 2800 ରୁ ଉର୍ଦ୍ଧ ଜନସାଧାରଣ ଙ୍କର ସମସ୍ତ ସରକାରୀ ସୁବିଧା ଭୋଗ କରିପାରିବେ ! ତେବେ ପୁରୁଣା ଶିବପଦର ପଞ୍ଚୟତ ର 16/ 17 ଟି ଗାଁ କୁ ବିଭକ୍ତ କରି ବିଜବଣ୍ଡଳୀ କୁ ନୂତନ ପଞ୍ଚୟତ ରୂପେ ନିର୍ଧାରଣ କରି ଲୋକଙ୍କ ସୁବିଧା ପାଇଁ ଦାବୀ ଜୋର ଧରିଲା ! ବର୍ତମାନ ର ସରକାର ଆଗକୁ କି ନିଷ୍ପତି ନେବେ ତାହା ସମୟ ସପକ୍ଷ