ନ୍ୟାୟ ପଞ୍ଚାୟତ ନିଷ୍ପତ୍ତିନାମା ଜରିଆରେ ପାରିବାରିକ ବିବାଦର ପୂର୍ଣ୍ଣଚ୍ଛେଦ ପଡିଲା

👇समाचार सुनने के लिए यहां क्लिक करें

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା (ସିଧା ସମ୍ବାଦ)ଆଇନର ବିଧି ବ୍ୟବସ୍ଥାରେ ନ୍ୟାୟ ପାଇବାରେ ବିଳମ୍ବ ହେଉଥିବା ବେଳେ ନ୍ୟାୟ ପଞ୍ଚାୟତ ନିଷ୍ପତ୍ତିନାମା ଜରିଆରେ ଦିର୍ଘ ୨ ବର୍ଷ ଧରି ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ ହୋଇଥିବା ଜଣାପଡିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧିନ ବାଇଗୁଣିଆ ଗ୍ରାମର ଲକ୍ଷ୍ମୀଧର ମହାରଣାଙ୍କ ଝିଅ ଉର୍ମିଳା ମହାରଣାଙ୍କର ବୋଲଗଡ଼ ବ୍ଲକ ଅଧିନ କଳାଙ୍ଗ ଗ୍ରାମର ଜନୈକ ଯୁବକଙ୍କ ସହ ୨ ବର୍ଷ ତଳେ ବିବାହ ହୋଇଥିଲା। ମାତ୍ର ବିଭିନ୍ନ କାରଣକୁ କେନ୍ଦ୍ରକରି ପାରିବାରିକ କଳହର ସୂତ୍ରପାତ ହେବାପରେ ଉର୍ମିଳାଙ୍କ ଶାଶୁଘର ଲୋକଙ୍କ ସହ ବାପଘର ଲୋକ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲା। ଫଳରେ ୨ ବର୍ଷ ଧରି ଦୁଇ ପରିବାର ଅଶାନ୍ତିରେ ଦିନ କାଟୁଥିଲେ।୨ ପରିବାର ମଧ୍ୟରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ନୟାଗଡ଼ ଜିଲ୍ଲା ଶାନ୍ତି କମିଟି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା। ଜିଲ୍ଲା ଶାନ୍ତି କମିଟିର ସମ୍ପାଦକ ପ୍ରଫୁଲ୍ଲ କୁମାର ନନ୍ଦ, ସାଙ୍ଗଠନିକ ସଂପାଦକ ଗୈାରାଙ୍ଗ ପ୍ରଧାନ ଓ କଳାଙ୍ଗ ଗ୍ରାମ ପଞ୍ଚାୟତ ର ପୁର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ହୋତାଙ୍କ ପ୍ରଚେଷ୍ଟାକ୍ରମେ ଉଭୟ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରସଙ୍ଗ ଉପରେ ଦୀର୍ଘ ସମୟଧରି ଆଲୋଚନା ହେବା ସହ ପାରିବାରିକ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଜଣାପଡିଛି। ନ୍ୟାୟ ପଞ୍ଚାୟତ ନିଷ୍ପତ୍ତିନାମା ଜରିଆରେ ନିଆ ଯାଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଉଭୟ ପରିବାର ସ୍ବୀକାର କରିଥିବା ଜଣାପଡିଛି। ଏବେ ଦୁଇ ପରିବାର ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ରିପୋର୍ଟର ବିଷ୍ଣୁ ପ୍ରସାଦ ମହାନ୍ତି। ସିଧା ସମ୍ବାଦ।

Sidha Sambad
Author: Sidha Sambad

Leave a Comment

और पढ़ें