ନୂତନ ଶିକ୍ଷା ବର୍ଷ 2025-26ର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ l
ପ୍ଲେସ -ଗୋପାଳପୁର, ବୋଲଗଡ଼ ବ୍ଲକ
ତା -19/03/2025
ଆଙ୍କର -ରାଜ୍ୟରେ ସମସ୍ତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି -2020ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ କରାଯାଉଅଛି l ଏଥିରେ 5 ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏକ ଉତ୍ତମ ସଂଗଠିତ ଏବଂ ଅନୁଭୂତିକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ l ଏଥି ନିମନ୍ତେ ସବୁ ବିଦ୍ୟାଳୟରେ ଆସନ୍ତା ଅପ୍ରେଲ ମାସ 2 ତାରିଖରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ବିଦ୍ୟାଳୟରେ ପିଲାମାନଙ୍କ ନାମକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଅନେକ ଆକର୍ଷଣୀୟ ଅବଂ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି l ତେଣୁ ଆଦ୍ୟ ଦିବସରେ ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମ ପଂଚାୟତର ତାଳତୁମ୍ବ ଗ୍ରାମର ଦୁଇଟି ଅଙ୍ଗନବାଡି କେନ୍ଦ୍ର ଅଧୀନ ପରିବାର ଜନଙ୍କ ନିକଟରେ
ଗୋଷ୍ଟି ଶିକ୍ଷା ଅଧିକାରୀ ଗୋକୁଳଚନ୍ଦ୍ର ବଳବନ୍ତରାୟ, ସି ଆର ସି ସି ରବୀନ୍ଦ୍ର ବେହେରା, ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଣତି ସିଂ, ଆଇ ସି ଡି ସିର ସୁପରଭାଇଜର ମଧୁସ୍ମିତା ଛୁଆଳସିଂ, ସ୍ଥାନୀୟ ସରପଞ୍ଚ ପ୍ରଦୀପ ବାରିକ,ୱାର୍ଡ ସଭ୍ୟ ସଚିତ୍ର ସାହୁ ଓ ମାଗି ସାହୁ ଏବଂ ଅଙ୍ଗନ ବାଡ଼ି କର୍ମୀ ଓ ସହୟିକା ସମସ୍ତେ ମିଳିତଭାବେ ନୂତନ ବିଦ୍ୟାର୍ଥୀ ଅନେଶ୍ଵଣ ରେ ଅଭିଭାବକ ନିକଟକୁ ଯାଇ ମୋହନ ସରକାରଙ୍କ ନୂତନ ଶିକ୍ଷା ନୀତି ସମ୍ବଧୀୟ ବାର୍ତା ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ଅଭିଭାବକମାନଙ୍କ ନିକଟକୁ ପ୍ରେରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ l କି ଆସନ୍ତା ଅପ୍ରେଲ ଦୁଇ ତାରିଖ ଦିନ ହେବାକୁଥିବା ପ୍ରବେଶ ଉତ୍ସବ ଓ
ଖଡିଛୁଆଁ କାର୍ଯକ୍ରମରେ ଯୋଗଦାନ ନିମନ୍ତେ ଅନୁରୋଧ କରିଥିଲେ l




