ବିଦ୍ୟାଳୟର ୧୦ ଜଣ ସ୍କାଉଟ ଓ ଗାଇଡ ଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ

👇समाचार सुनने के लिए यहां क्लिक करें

ବିଦ୍ୟାଳୟର ୧୦ ଜଣ ସ୍କାଉଟ ଓ ଗାଇଡ ଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ ଖଣ୍ଡପଡ଼ା ୪|୭ (ସିଧା ସମ୍ବାଦ) ଖଣ୍ଡପଡ଼ା ସହରର ୧୩ ନଂ ୱାର୍ଡ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳନ ଅବସରରେ ଅନୁଷ୍ଠାନର ୧୦ ଜଣ ଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ସ୍କାଉଟ ଓ ଗାଇଡ ସଂର୍ପକିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ କଳା ଶିକ୍ଷକ ଲଡୁକିଶୋର ସିଂହସାମନ୍ତ ଯୋଗ ଦେଇ ଛାତ୍ରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନୁଷ୍ଠାନର ପ୍ରଧାନଶିକ୍ଷକ ବିଷ୍ଣୁପ୍ରସାଦ ରଥ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ।ଅନୁଷ୍ଠାନର ସ୍କାଉଟ ଶିକ୍ଷକ ଦିଲିପ କୁମାର ଦାସଙ୍କ ସମେତ ଶିକ୍ଷକ,ଶିକ୍ଷୟିତ୍ରୀମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପ୍ରକାଶଥାଉକି ସ୍କାଉଟ ଓ ଗାଇଡ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟର ୧୦ ଜଣ ଛାତ୍ର ମାନ୍ୟବର ରାଜ୍ଯପାଳଙ୍କ ଠାରୁ ଏକଦା ଟ୍ରଫି ଗ୍ରହଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें