ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ କୁ ନିନ୍ଦା କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ନୀଳଗିରି,୫/୭(ସିଧାସମ୍ବାଦ);
ତିନି ଦିନ ଧରି ସାରା ଓଡ଼ିଶାରେ ଚାଲିଥିବା ବିଜେଡିର ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି। ଏକ ହାତୀ ଦାନ୍ତ ତସ୍କାର ମାନେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ଫାର୍ମରେ ଆତ୍ମଗୋପନ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ମାଡାମ୍ ପ୍ରକାଶ କରିଥିବା ବେଳେ ହାତୀ ଶିକାରୀଙ୍କୁ ନିଜ ବାହୁ ଛୟତଳେ ଆଶ୍ରୟ ଦେଇଥିବା ବେଳେ ସେ ଜଣେ ଚୋର ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାର ପ୍ରତି ଉତ୍ତରରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଲେଖାଶ୍ରୀ ସାମନ୍ତସିଂହାର ୱାର୍ଡ ମେମ୍ବର ଜିତି ନ ଥିବା ବେଳେ ଅଶାଳୀନ ଭାଷାରେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏହାକୁ ନେଇ ଓଡ଼ିଶା ରାଜନୀତିରେ ହୋଇ ଚମଟ ସୃଷ୍ଟି କରିଥିବା ବେଳେ ଏହି ଘଟଣାକୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିନ୍ଦା କରିବା ସହ ଭାରତୀୟ ଜନତା ପାର୍ଟିର ଏହା ଗ୍ରହଣୀୟ ନୁହେଁ। ସନ୍ତୋଷ ଖଟୁଆ ଯୋଉ ମନ୍ତବ୍ୟ ଦେଇଛନ୍ତି ତାହା ଭାରତୀୟ ଜନତା ପାର୍ଟିର ନାହିଁ, ଏହାକୁ ତୀବ୍ର ବିରୋଧ କରିବା ସହ ଏହାକୁ ନିନ୍ଦା କରିଛନ୍ତି।




