ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘ ବଦ୍ଧ ଆକ୍ରମଣରେ ଯୁବକର ଶୋଚନୀୟ ମୃତ୍ୟୁ |

👇समाचार सुनने के लिए यहां क्लिक करें

ନୀଳଗିରି, ୩/୧୦(ସିଧାସମ୍ବାଦ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘ ବଦ୍ଧ ଆକ୍ରମଣରେ ଯୁବକର ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଉଦବେଗ ସୃଷ୍ଟି ହୋଇଛି | ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ସଠିଲୋ ବଲବଲିଆ ଗ୍ରାମରେ | ଗ୍ରାମର ଗଜେନ୍ଦ୍ର ଗିରି (୪୫) ଗତ ୨ ତାରିଖ ଗୁରୁବାର ରାତି ପ୍ରାୟ ୯ ଘଟିକା ସମୟରେ ମାଛ ଧରିବା ପାଇଁ ନିକଟ ବିଲକୁ ଖାଇଁଚି ବସାବାକୁ ଯାଇଥିଲା | ଘରକୁ ଫେରିବା ରେ ବିଳମ୍ବ ହେବାରୁ ଗଜେନ୍ଦ୍ର ଙ୍କ ପୁଅ ଜୟନ୍ତ ଗିରି (୧୯) ବାପା କୁ ଖୋଜିବାକୁ ବିଲକୁ ଯାଇଥିଲେ | ବିଲରେ ପହଞ୍ଚି ଦେଖିବା ବେଳକୁ ସୀମାବର୍ତ୍ତୀ, ଭଉଁରିଆବାଡ଼ ପଞ୍ଚାୟତ ଜଡିବାଲି ଗ୍ରାମର କିଛି ଲୋକ ତାଙ୍କ ବାପାଙ୍କ ମୁଣ୍ଡକୁ କୋଦାଳ ପସା ରେ ପିଟି ଚାଲିଥିଲେ | ଏଥି ମଧ୍ୟରୁ ଡୁମସାହି ର ପ୍ରାଣବନ୍ଧୁ ଧଣିକ ଙ୍କ ପୁଅ ଉଦୟ ଧଣିକ, ବିଦେଶୀ ମିଶ୍ରି ଙ୍କ ପୁଅ ଜିତେନ୍ଦ୍ର ମିଶ୍ରି, ଛୁଟା ର ପୁଅ ସିଲୁ ଓ ଅନ୍ୟ ତିନି, ଚାରି ଜଣ ବ୍ୟକ୍ତିଙ୍କ ସଂଘବଦ୍ଧ ଆକ୍ରମଣ କରିଥିବା ଜୟନ୍ତ ଗିରି ନୀଳଗିରି ଥାନାରେ ଏତେଲା ଦେଇଛନ୍ତି | ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନୀଳଗିରି ମେଡିକାଲ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ | ଆକ୍ରମଣରେ
ଗଜେନ୍ଦ୍ରଙ୍କ ମୁଣ୍ଡ, ଆଖି ପତ୍ତା, ନାକ, ପାଟି ରୁ ରକ୍ତଶ୍ରାବ ହେବା ସହିତ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି | ତେବେ ନୀଳଗିରି ଥାନା ପକ୍ଷରୁ ୩୮୫/୨୫ ରେ ଏକ ମାମଲା ରୁଜ୍ଜୁ କରାଯିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରାଯାଇଛି | ଅନ୍ୟ ପଟେ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ତଦନ୍ତ ଚଳାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें