ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ)୦୩/୧୦: ଆଜି(ଶୁକ୍ରବାର) ବିଶେଷକରି, କୋରାପୁଟ୍, ରାୟଗଡା, କଳାହାଣ୍ତି, ଗଜପତି, ଗଞ୍ଜାମ, କନ୍ଧମାଳ ଓ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି।ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର,ସୋନପୁର,ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ, କଟକ,କେନ୍ଦ୍ରାପଡା, ଢେଙ୍କାନାଳ, ଯାଜପୁର,ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଓ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ମିଳିତ ଟାଇଫୁନ ସତର୍କତା କେନ୍ଦ୍ର (JTWC) ପୂର୍ବାନୁମାନ କରିଛି ଯେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। ହେଲେ, ଆଇଏମଡି ଡିଜି କହିଛନ୍ତି ଯେ, ରାଜ୍ୟରେ ଏବେ କୌଣସି ପ୍ରକାର ଘୂର୍ଣ୍ଣିବାତ୍ୟାର ସମ୍ଭାବନା ନାହିଁ। କିନ୍ତୁ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉପୁଜିପାରେ।

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାର ବସ୍ତ୍ରୀଗୁ଼ଡା଼, ପେଟ, ମହେନ୍ଦ୍ରଗିରି ଓ ଅଢେଇ ଭଳି ସ୍ଥାନରେ ଭୂସ୍ଖଳନ ହୋଇଥିବା ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ହୋଇଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜେସିବି ଦ୍ବାରା ରାସ୍ତା ସଫା କରି ସମସ୍ତ ପର୍ଯ୍ୟଟକଙ୍କୁ ତଳକୁ ଆଣାଯାଇଛି। ଉଦ୍ଧାର ହୋଇଥିବା ସମସ୍ତେ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହେଲେ ରାୟଗଡା ବ୍ଲକ୍ ପେଟକା ଗାଁରେ ଭୂସ୍ଖଳନରେ ଏବେବି ବାପ-ପୁଅ ନିଖୋଜ ରହିଛନ୍ତି।

 

ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ୨ଟି ଟ୍ରେନ୍‌ ବାତିଲ୍‌ ହୋଇଛି । ବିଶାଖାପାଟଣା-କିରଣ୍ଡୁଲ ନାଇଟ୍‌ ଏକ୍ସପ୍ରେସ ଆଜି ପାଇଁ ବାତିଲ ହୋଇଥିବା ସୂଚନା ମିଳିଛି । ସେହିପରି କିରଣ୍ଡୁଲ- ବିଶାଖାପାଟଣା ନାଇଟ୍‌ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି । ଏ ସମ୍ପର୍କରେ ୱାଲ୍‌ଟିୟର ରେଲ୍‌ ଡିଭିଜନ୍‌ ପକ୍ଷରୁ ସୂଚନା ଜାରି କରାଯାଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें