ଖଣ୍ଡପଡ଼ା ୧୭|୧୧ (ସିଧା ସମ୍ବାଦ) ଖଣ୍ଡପଡ଼ା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ବର୍ଷର ବିଭିନ୍ନ ସମୟରେ ମେଳା, ମହୋତ୍ସବ ଆଦି ଆୟୋଜନ କରାଯାଉଥିବାରୁ ଷ୍ଟାଡିୟମ କ୍ରୀଡାଙ୍ଗନର ଅବସ୍ଥା ବେଳକୁ ବେଳ ଶୋଚନୀୟ ହୋଇ ପଡୁଛି।ଫଳରେ ମିନି ଷ୍ଟାଡିୟମ ପରିସରରେ ଫୁଟବଲ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ ନେଇ ଆୟୋଜକମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କ୍ରୀଡାବିତମାନେ ଦୈନିକ ଖେଳକୁଦ ନିମନ୍ତେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ତେଣୁ କ୍ରୀଡାଙ୍ଗନର ସୁରକ୍ଷା ନିମନ୍ତେ ମଧୁବନ ମିନି ଷ୍ଟାଡିୟମରେ ମେଳା ଓ ମହୋତ୍ସବ ଆଦି ସଂପୂର୍ଣ୍ଣ ରୁପେ ବନ୍ଦ ନିମନ୍ତେ ଖଣ୍ଡପଡ଼ା ତହସିଲ ପ୍ରଶାସନ ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। ଖଣ୍ଡପଡ଼ା ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ଏ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ଆଇନଜୀବି ବିଧାନ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡପଡ଼ା ସହରର ଯୁବକ,ସ୍ବେଚ୍ଛାସେବୀ ଓ ବରିଷ୍ଠ କ୍ରୀଡାବିତମାନେ ଯୋଗ ଦେଇ ମତାମତ ପ୍ରଦାନ କରିବା ସହ ମଧୁବନ ମିନି ଷ୍ଟାଡିୟମରେ ମେଳା ଓ ମହୋତ୍ସବ ଆଦି ଆୟୋଜନକୁ ତୀବ୍ର ବିରୋଧ କରିଥିଲେ।ଖଣ୍ଡପଡ଼ା ମହୋତ୍ସବ ହେଉ ମାତ୍ର ମଧୁବନ ମିନି ଷ୍ଟାଡିୟମରେ ମହୋତ୍ସବର ଆୟୋଜନ କରାନଯାଇ ଅନ୍ୟ ସ୍ଥାନରେ ମହୋତ୍ସବ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେଉ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ମଧୁବନ ମିନି ଷ୍ଟାଡିୟମ ପରିସରରେ ମେଳା ଓ ମହୋତ୍ସବ ବନ୍ଦ ନେଇ ଆଇନର ଆଶ୍ରୟ ନିଆଯିବ ବୋଲି ସମାଜସେବୀ ଶ୍ରୀପ୍ରଧାନ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ୧୫ ରୁ ଉର୍ଦ୍ଧ୍ବ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ 




