ଟୋଲ ଗେଟ୍‌ ଜୋରିମାନା ଏପ୍ରିଲ ପହିଲା ଯାଏ ବନ୍ଦ; ପ୍ରଦୂଷଣ ଜୋରିମାନା ହ୍ରାସର ତର୍ଜମା ହେବ,ଏପ୍ରିଲ ୧ ଯାଏଁ ଟେନସନ୍ ଫ୍ରି!

👇समाचार सुनने के लिए यहां क्लिक करें

  • ଟୋଲ୍‌ ଗେଟ୍‌ରେ ପ୍ରଚଳିତ ଇ-ଡିଟେକ୍ସନ୍ ଜରିଆରେ ଚାଲାଣ କାଟିବା ସ୍ଥଗିତ ରଖାଯାଇଥିବା ଗୁରୁବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବ ପରିବହନ ବିଭାଗ ପକ୍ଷରୁ ଆଇନ୍ ବିଭାଗକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଧି ଅନୁସାରେ ଜୋରିମାନା ପରିମାଣ ହ୍ରାସ କରିପାରିବେ।

  • ମନ୍ତ୍ରୀ ଶ୍ରୀଜେନା କହିଛନ୍ତି, ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜୋରିମାନାକୁ ହ୍ରାସ କରିବା ‎ଦିଗରେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ଏପ୍ରିଲ ପହିଲା ଯାଏ ଟୋଲ ଗେଟରେ ମଧ୍ୟ ଏ ସମ୍ପର୍କିତ ଜୋରିମାନା ଆଦାୟ ବନ୍ଦ ରହିବ। ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି। ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ମନା, ଡିସେମ୍ବରରେ ପରିବହନ ବିଭାଗର ଏହି ରାତି ଅଧିଆ ନିୟମକୁ ନେଇ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା। ପରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଅବ୍ୟବସ୍ଥା, ଜୋରିମାନା ଦାଖଲ କରିବା ସମସ୍ୟା, ବିଭିନ୍ନ ବୈଷୟିକ ତ୍ରୁଟି, ସବୁଜ ଷ୍ଟିକର ଆଦିକୁ ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ବିଭାଗ ତିନିଟି ଦଫାରେ ପ୍ରଦୂଷଣ ପ୍ରମାଣପତ୍ର କଟକଣା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତଥାପି ଗାଡ଼ି ମାଲିକଙ୍କ ଯନ୍ତ୍ରଣା କମୁ ନାହିଁ। ଜୋରିମାନା ନାମରେ ଲୋକଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ବଢ଼ି ଚାଲିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ, ସାମାଜିକ ଅନୁଷ୍ଠାନ ରାସ୍ତାକୁ ଓହ୍ଲାଇଛନ୍ତି। ହାଇକୋର୍ଟରେ ମାମଲା ପହଞ୍ଚିଛି।
  • ଏପ୍ରିଲ ୧ ପର୍ଯ୍ୟନ୍ତ କଟକଣା କୋହଳ: ଆଗାମୀ ଏପ୍ରିଲ ୧, ୨୦୨୬ ପର୍ଯ୍ୟନ୍ତ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUC Certificate) ନଥିଲେ ମଧ୍ୟ କୌଣସି ଜୋରିମାନା ଆଦାୟ କରାଯିବ ନାହିଁ।

  • ଟୋଲ ଗେଟ୍‌ ଇ-ଡିଟେକ୍ସନ୍ ବନ୍ଦ: ଟୋଲ ଗେଟ୍‌ ଗୁଡ଼ିକରେ ଲାଗିଥିବା ଅତ୍ୟାଧୁନିକ କ୍ୟାମେରା ବା ‘ଇ-ଡିଟେକ୍ସନ୍’ (e-detection) ବ୍ୟବସ୍ଥା ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କରାଯାଇ ଯେଉଁ ଜୋରିମାନା କଟାଯାଉଥିଲା, ତାହାକୁ ଏପ୍ରିଲ ୧ ଯାଏଁ ବନ୍ଦ ରଖାଯାଇଛି।

  • ଜୋରିମାନା ରାଶିର ସମୀକ୍ଷା (Review): ବର୍ତ୍ତମାନ ପ୍ରଦୂଷଣ ଆଇନ ଉଲ୍ଲଂଘନ କଲେ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡୁଛି। ଏହି ରାଶି ବହୁତ ଅଧିକ ବୋଲି ସାଧାରଣରେ ଅଭିଯୋଗ ହେଉଥିବାରୁ, ସରକାର ଏହାକୁ କମାଇବା ପାଇଁ ବିଚାରବିମର୍ଶ (ତର୍ଜମା) କରୁଛନ୍ତି। ପରିବହନ ବିଭାଗକୁ ଏନେଇ ଏକ ରିପୋର୍ଟ ଦେବାକୁ କୁହାଯାଇଛି।

  • ‘ନୋ ପଲ୍ୟୁସନ୍, ନୋ ପେଟ୍ରୋଲ’ ନିୟମ ଘୁଞ୍ଚିଲା: ପୂର୍ବରୁ ବିନା ପ୍ରଦୂଷଣ ସାର୍ଟିଫିକେଟରେ ପେଟ୍ରୋଲ ମିଳିବ ନାହିଁ ବୋଲି ଯେଉଁ ନିୟମ କଡାକଡି ହେବାର ଥିଲା, ତାହାକୁ ମଧ୍ୟ ଏପ୍ରିଲ ୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें