କାଦୁଆପଡା ସେବା ସମବାୟ ସମିତି ଲିଃ ରେ ଧନ ମଣ୍ଡି ଉଦଘାଟିତ।

👇समाचार सुनने के लिए यहां क्लिक करें

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଦୁଆପଡା ସେବା ସମବାୟ ସମିତି ଲିଃ ରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମିତି ର ସଭାପତି ସମ୍ପାଦକ ବିଓ ସେକ୍ରେଟାରୀ ଚାଷୀ ମାନଙ୍କୁ ନେଇ ଶୁଭାରମ୍ଭ କରାଯାଇଛି ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ସହାୟତା ରାଶି ପ୍ରଦାନ ପୂର୍ବକ କୁଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀ ମାନେ ଭଲ ଧାନ ଦେବାକୁ କହିଥିଲେ। ସମବାୟ ସମିତି ରେ ୧୯୫ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୯ ଜଣ ଚାଷୀ ଙ୍କର ଟୋକନ ଆସିଥିଲା ବେଳେ ୨୦ଜଣ ଚାଷୀଙ୍କ ଠାରୁ ୪୪୮କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି ଶୁଭ ଉଦଘାଟନ ପଞ୍ଚାୟତର ସମସ୍ତ ଚାଷୀ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें