କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଫୁଲବାଣୀ ଜିଲ୍ଲା ଓ ଦୌରାଜଜ୍ କୋର୍ଟକୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ମିଳିଛି ଧମକ। ଏକ ବେନାମୀ ଚିଠି ଜରିଆରେ ଏହି ଧମକ ଦିଆଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
-
ଏହି ଧମକ ଇ-ମେଲ୍ ଯୋଗେ ଆସିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଲାସି କରୁଛନ୍ତି । ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସମସ୍ତ ଆଇନଜୀବୀ ମାନେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି । କୋର୍ଟ ପରିସରରେ ପୁଲିସ ଛାଉଣୀ ସହିତ ବୋମା ନେଇ ତଲାସି ଜୋରଦାର କରାଯାଉଛି ଯେଉଁଥିରେ
-
ପୋଲିସର କାର୍ଯ୍ୟାନୁଷ୍ଠାନ: ଖବର ପାଇବା ମାତ୍ରେ କନ୍ଧମାଳ ପୋଲିସ ଏବଂ ସନ୍ଧାନୀ କୁକୁର ସହାୟତାରେ କୋର୍ଟ ପରିସରର କୋଣ ଅନୁକୋଣ ଯାଞ୍ଚ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୋମା ନିଷ୍କ୍ରିୟକାରୀ ଦଳ (Bomb Squad) ମଧ୍ୟ ନିୟୋଜିତ ହୋଇଛନ୍ତି।
-
ଆତଙ୍କିତ କର୍ମଚାରୀ: ଏହି ଘଟଣା ପରେ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ଏବଂ ଓକିଲମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହା କୌଣସି ଦୁର୍ବୃତ୍ତର ପାଗଳାମି ନା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି।







