ଫୁଲବାଣୀ କୋର୍ଟକୁ ବୋମା ମାଡ଼ ଧମକ: ବେନାମୀ ଚିଠିକୁ ନେଇ ବଢ଼ିଲା ଆତଙ୍କ ହାଇଆଲର୍ଟରେ ଫୁଲବାଣୀ କୋର୍ଟ; ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସର ଛାନଭିନ୍ ଜାରି

👇समाचार सुनने के लिए यहां क्लिक करें

କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଫୁଲବାଣୀ ଜିଲ୍ଲା ଓ ଦୌରାଜଜ୍ କୋର୍ଟକୁ ବୋମା ମାଡ଼ କରି ଉଡ଼ାଇ ଦେବାକୁ ମିଳିଛି ଧମକ। ଏକ ବେନାମୀ ଚିଠି ଜରିଆରେ ଏହି ଧମକ ଦିଆଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

  • ଏହି ଧମକ ଇ-ମେଲ୍‌ ଯୋଗେ ଆସିବା ପରେ କୋର୍ଟ ପରିସରରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ଘଟଣା ସ୍ଥଳରେ ବମ୍‌ ସ୍କ୍ୱାର୍ଡ ଓ ଡଗ୍‌ ସ୍କ୍ୱାର୍ଡ ପହଞ୍ଚି ତଲାସି କରୁଛନ୍ତି । ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ସମସ୍ତ ଆଇନଜୀବୀ ମାନେ କୋର୍ଟ ବାହାରକୁ ପଳାଇ ଆସିଛନ୍ତି । କୋର୍ଟ ପରିସରରେ ପୁଲିସ ଛାଉଣୀ ସହିତ ବୋମା ନେଇ ତଲାସି ଜୋରଦାର କରାଯାଉଛି ଯେଉଁଥିରେ

  • ପୋଲିସର କାର୍ଯ୍ୟାନୁଷ୍ଠାନ: ଖବର ପାଇବା ମାତ୍ରେ କନ୍ଧମାଳ ପୋଲିସ ଏବଂ ସନ୍ଧାନୀ କୁକୁର ସହାୟତାରେ କୋର୍ଟ ପରିସରର କୋଣ ଅନୁକୋଣ ଯାଞ୍ଚ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୋମା ନିଷ୍କ୍ରିୟକାରୀ ଦଳ (Bomb Squad) ମଧ୍ୟ ନିୟୋଜିତ ହୋଇଛନ୍ତି।

  • ଆତଙ୍କିତ କର୍ମଚାରୀ: ଏହି ଘଟଣା ପରେ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ଏବଂ ଓକିଲମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହା କୌଣସି ଦୁର୍ବୃତ୍ତର ପାଗଳାମି ନା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें