ମଝି ସମୁଦ୍ରରେ ମରଣ ସହ ସଂଗ୍ରାମ: ଇରାନ ମିସାଇଲ ମାଡ଼ରେ ଥରୁଛି କାତାର, ଫସିଛନ୍ତି ଓଡ଼ିଆ ନାବିକ

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ/ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଲାଗିଥିବା ନିଆଁ ଏବେ ଓଡ଼ିଆ ପରିବାରର ଚିନ୍ତା ବଢ଼ାଇଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ଭିତରେ କାତାରର ରାସ୍ ଲାଫାନ୍ (Ras Laffan) ଏଲଏନଜି ଟର୍ମିନାଲରେ ଫସି ରହିଛନ୍ତି ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ। ଏଲପିଜି ଭର୍ତ୍ତି ଏକ ବିଶାଳ ଗ୍ୟାସ ଜାହାଜରେ ସେ କାର୍ଯ୍ୟ କରୁଥିବା ବେଳେ, ଚାରିପଟେ ଏବେ କେବଳ ମିସାଇଲ ମାଡ଼ ଓ ବିସ୍ଫୋରଣର ଶବ୍ଦ ଶୁଭୁଛି।

ଭିଡିଓ ମାଧ୍ୟମରେ ଆକୁଳ ନିବେଦନ

ମୃତ୍ୟୁକୁ ଅତି ନିକଟରୁ ଦେଖୁଥିବା ଅଶୋକ ଏକ ଭିଡିଓ ଜାରି କରି ସୁରକ୍ଷିତ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଇରାନ ପକ୍ଷରୁ କାତାରର ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ ଉପରେ କ୍ରମାଗତ ଭାବେ ମିସାଇଲ ମାଡ଼ ଚାଲିଛି। କାତାରର ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ ମିସାଇଲକୁ ଆକାଶରେ ଧ୍ୱଂସ କରିଦେଉଥିଲେ ମଧ୍ୟ, ସେଗୁଡ଼ିକର ଧ୍ୱଂସାବଶେଷ ଜାହାଜ ନିକଟରେ ପଡ଼ୁଥିବାରୁ ବିପଦ ବଢ଼ିବାରେ ଲାଗିଛି।

କାହିଁକି ଜଳୁଛି କାତାର?

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଇସ୍ରାଏଲ ପକ୍ଷରୁ ଇରାନର ସବୁଠାରୁ ବଡ଼ ଗ୍ୟାସ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଏବେ କାତାରର ରାସ୍ ଲାଫାନ୍ ପ୍ଲାଣ୍ଟକୁ ଟାର୍ଗେଟ କରିଛି। ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ ଉତ୍ପାଦନ କେନ୍ଦ୍ର ରହିଛି। ମିସାଇଲ ମାଡ଼ ଯୋଗୁଁ ଏଠାରେ ଥିବା ଗ୍ୟାସ ପ୍ଲାଣ୍ଟରେ ଭୟଙ୍କର ନିଆଁ ଲାଗିଥିବା ବେଳେ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଭାରତ ଉପରେ ପ୍ରଭାବ

ଏହି ଯୁଦ୍ଧ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ନାହିଁ। ଭାରତ ନିଜର ଶକ୍ତି ବା ଉର୍ଜା ପାଇଁ କାତାର ଉପରେ ବହୁଳ ଭାବେ ନିର୍ଭରଶୀଳ। କାତାର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଗୁଁ ଆଗାମୀ ଦିନରେ ଭାରତରେ ଉର୍ଜା ସଙ୍କଟ ଦେଖାଦେବାର ଆଶଙ୍କା ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें