ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଲାଗିରହିଥିଲେ ମଧ୍ୟ ଭାରତକୁ ଏଲପିଜି (LPG) ଯୋଗାଣ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ମଧ୍ୟପ୍ରାଚ୍ୟରୁ ଆଉ ଦୁଇଟି ବିଶାଳ ଗ୍ୟାସ୍ ଟ୍ୟାଙ୍କର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ‘ପାଇନ ଗ୍ୟାସ୍’ ଓ ‘ଜଗ୍ ବସନ୍ତ’ ନାମକ ଦୁଇଟି ଟ୍ୟାଙ୍କର ବର୍ତ୍ତମାନ ୟୁଏଇ (UAE) ର ସାରଜ ନିକଟରେ ରହିଛନ୍ତି। ଏହି ଟ୍ୟାଙ୍କର ଦୁଇଟି ଖୁବଶୀଘ୍ର ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିବେ।’ଜଗ୍ ବସନ୍ତ’କୁ ବିପିସିଏଲ (BPCL) ଏବଂ ‘ପାଇନ୍ ଗ୍ୟାସ୍’କୁ ଇଣ୍ଡିଆନ ଅଏଲ୍ (IOCL) ପକ୍ଷରୁ ବୁକ୍ କରାଯାଇଛି।ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜ ପ୍ରଣାଳୀରେ ଶତାଧିକ ଟ୍ୟାଙ୍କର ଅଟକି ରହିଛନ୍ତି, ଯେଉଁଥିରେ ଭାରତର ୨୨ଟି ଟ୍ୟାଙ୍କର ମଧ୍ୟ ସାମିଲ ଅଛି।ଏହା ମଧ୍ୟରେ ଭାରତର କୂଟନୈତିକ ସଫଳତା ଯୋଗୁଁ ପୂର୍ବରୁ ତିନିଟି ଟ୍ୟାଙ୍କର ଗୁଜରାଟ ଉପକୂଳରେ ପହଞ୍ଚି ସାରିଛି। ଯଦିଓ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ନୂଆ ଟ୍ୟାଙ୍କର ହର୍ମୁଜ ପ୍ରଣାଳୀ ପାର ହୋଇନାହିଁ, ତଥାପି ଏହି ଦୁଇଟି ଟ୍ୟାଙ୍କରକୁ ନେଇ ଆଶା ବଢ଼ିଛି।
ଯଦି ଏହି ଟ୍ୟାଙ୍କର ଗୁଡ଼ିକ ସୁରକ୍ଷିତ ଭାବେ ଭାରତରେ ପହଞ୍ଚନ୍ତି, ତେବେ ଦେଶରେ ଗ୍ୟାସ୍ ଯୋଗାଣ ସ୍ୱାଭାବିକ ରହିବ। ଏହି ସମ୍ପର୍କିତ ଅଧିକ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।



