ଦେଶର ଯୁବପିଢ଼ିଙ୍କ ପାଇଁ ଏକ ଖୁସି ଖବର। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ଶିକ୍ଷା ସହ ସାମରିକ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେବା ପାଇଁ ଖୋଲିବାକୁ ଯାଉଛି ୧୦୦ଟି ନୂଆ ସୈନିକ ସ୍କୁଲ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେଶର କୋଣ ଅନୁକୋଣରେ ଏହି ସ୍କୁଲଗୁଡ଼ିକ ପ୍ରତିଷ୍ଠା କରାଯିବ। ଯେଉଁଠାରେ ପିଲାମାନେ ଉତ୍ତମ ଶିକ୍ଷା ସହ ଶୃଙ୍ଖଳିତ ଜୀବନଶୈଳୀ ଶିଖିବେ। କେବଳ ସୈନିକ ସ୍କୁଲ ନୁହେଁ, ବରଂ ଏନସିସି (NCC) ର ମଧ୍ୟ ବ୍ୟାପକ ବିସ୍ତାର କରାଯିବ। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଏନସିସିରେ ସାମିଲ ହୋଇ ଦେଶସେବା ପାଇଁ ପ୍ରସ୍ତୁତ ହେବେ, ସେଥିପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଏବଂ ସେନାବାହିନୀରେ ସାମିଲ ହେବା ପାଇଁ ସେମାନଙ୍କୁ ଦକ୍ଷ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।
ଏହି ନୂତନ ପଦକ୍ଷେପ ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଯୁଗର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏଭଳି ସମସ୍ତ ଲାଟେଷ୍ଟ ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।



