ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଜନଗଣନା। ପ୍ରଥମ ପର୍ଯ୍ୟାୟରେ କେବଳ ଲୋକଙ୍କ ସଂଖ୍ୟା ନୁହେଁ, ବରଂ ଆପଣଙ୍କ ଘରର ପ୍ରତିଟି ବିବରଣୀ ସଂଗ୍ରହ କରିବେ ସରକାର। ଆସନ୍ତୁ ଜାଣିବା, ଆପଣଙ୍କୁ କେଉଁ ସବୁ ପ୍ରଶ୍ନ ପଚରାଯିବ ଏବଂ କେମିତି ହେବ ଏହି ଗଣତି।
-
ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା: ଆଜିଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ। ଏଥିରେ ମୁଖ୍ୟତଃ ଗୃହ ଗଣନା କରାଯିବ। ୨୦୨୭ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକୃତ ଜନସଂଖ୍ୟା ଗଣତି ହେବ।
-
କେଉଁ ତଥ୍ୟ ସଂଗ୍ରହ କରାଯିବ? ପ୍ରଥମ ପର୍ଯ୍ୟାୟରେ ଆପଣଙ୍କ ଘରର ମାଲିକାନା, କେତୋଟି ବଖରା ଅଛି, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥା ଏବଂ ଶୌଚାଳୟ ସୁବିଧା ବିଷୟରେ ପଚରାଯିବ।
-
ଆପଣଙ୍କ ବ୍ରାଣ୍ଡ୍ ଉପରେ ରହିବ ନଜର: କେବଳ ସେତିକି ନୁହେଁ, ଆପଣ କେଉଁ ବ୍ରାଣ୍ଡର ଟିଭି, ମୋବାଇଲ, ରେଡିଓ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେହି ତଥ୍ୟ ମଧ୍ୟ ସଂଗ୍ରହ କରାଯିବ।
-
ପ୍ରଶ୍ନ ଓ କର୍ମଚାରୀ: ଜନଗଣନା କମିସନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ସୂଚନା ଅନୁସାରେ, ପ୍ରାୟ ୩୦ ଲକ୍ଷ କର୍ମଚାରୀ ମୋବାଇଲ ଆପ୍ ଜରିଆରେ ଆପଣଙ୍କୁ ୩୩ଟି ପ୍ରଶ୍ନ ପଚାରିବେ।
ସବୁଠାରୁ ବଡ଼ କଥା ହେଉଛି, ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ତେଣୁ ସଠିକ୍ ତଥ୍ୟ ଦେଇ ଜନଗଣନାରେ ସହଯୋଗ କରନ୍ତୁ।



