ଭତ୍ତାଧାରୀଙ୍କ ପାଇଁ ବଡ଼ ଖବର: ଏକାସଙ୍ଗେ ମିଳିବ ୩ ମାସର ଭତ୍ତା

👇समाचार सुनने के लिए यहां क्लिक करें

ଓଡ଼ିଶାରେ ମୋହନ ସରକାରଙ୍କୁ ସଫଳତାର ସହ ପୂରିଛି ଦୁଇ ବର୍ଷ। ୨ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ଏକ ନୂଆ ଜନମତ ସହ ଗଠନ ହୋଇଥିଲା ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଏବଂ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମାରୋହରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅନେକ ବଡ଼ ସୂଚନା ଦେବା ସହ ରାଜ୍ୟର ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।ରାଜ୍ୟରେ ଗତ କିଛି ଦିନ ହେବ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟୀକରଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସମସ୍ୟା ଆମ ରାଜ୍ୟର ନୁହେଁ ବରଂ କେନ୍ଦ୍ରୀୟ ସ୍ତରରେ କିଛି ବୈଷୟିକ ତ୍ରୁଟି (Technical Error) ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି। ତେବେ ଖୁବ୍‌ଶୀଘ୍ର ଏହାର ସମ୍ପୂର୍ଣ୍ଣ ସମାଧାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଇତିମଧ୍ୟରେ ୨ ଲକ୍ଷ ଲୋକଙ୍କ ତ୍ରୁଟି ସୁଧାରି ଦିଆଯାଇଛି ଏବଂ ସେମାନଙ୍କୁ ଭତ୍ତା ମିଳିବା ମଧ୍ୟ ଆରମ୍ଭ ହୋଇଯାଇଛି। ବାକି ଥିବା ଲୋକଙ୍କ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ଗୋଟିଏ ମାସରେ ସମ୍ଭବ ନହେଲେ ବି, ଯେଉଁମାନଙ୍କର ଭତ୍ତା ବାକି ରହିଛି ସେମାନଙ୍କୁ ଏକାସଙ୍ଗେ ୩ ମାସର ଭତ୍ତା ପ୍ରଦାନ କରାଯିବ।ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜ ସରକାରର ଦୁଇ ବର୍ଷର ସଫଳତା ରିପୋର୍ଟ କାର୍ଡ ମଧ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ, ମୋହନ ସରକାର ସର୍ବଦା ଏକ ‘ଲୋକାଭିମୁଖୀ ସରକାର’ ଭାବେ କାର୍ଯ୍ୟ କରିଆସୁଛି। ଆମେ ପ୍ରତି ସମୟରେ ଜନତାଙ୍କ ସହ ସିଧାସଳଖ ମିଶିଛୁ ଏବଂ ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆଗକୁ ବଢ଼ିଛୁ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ଦେଖିବାକୁ ମିଳିଛି। ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୨୧ଟି ଜନକଲ୍ୟାଣକାରୀ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି, ଯାହା ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ମୋହନ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଭତ୍ତାକୁ ନେଇ ଆସିଥିବା ଏହି ବଡ଼ ଆଶ୍ୱାସନା ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ସରକାରଙ୍କ ଏହି ୧୨୧ଟି ଯୋଜନା ଆଗାମୀ ଦିନରେ ଓଡ଼ିଶାର ବିକାଶଧାରାକୁ କେଉଁ ସ୍ତରକୁ ନେଉଛି, ତାହା ଦେଖିବାକୁ ବାକି ରହିଲା

Sidha Sambad
Author: Sidha Sambad

Leave a Comment

और पढ़ें