ସରପଞ୍ଚ ଚାମେଲି ଓଝାଙ୍କୁ ଥାନାରେ ଅଟକ ମାମଲା: ବଢ଼ିଲା ଅଡ଼ୁଆ, ଲାଗିଲା ‘BNS’ର ୧୨ଟି ସଙ୍ଗୀନ ଦଫା!

👇समाचार सुनने के लिए यहां क्लिक करें

ସରପଞ୍ଚ ଚାମେଲି ଓଝାଙ୍କ ବଢ଼ିଲା ଅଡ଼ୁଆ। ଥାନାରେ ଅଟକ ହେବା ପରେ ଏବେ ଚାମେଲିଙ୍କ ନାଁରେ ରୁଜୁ ହୋଇଛି ୨-୨ଟି ସଙ୍ଗୀନ ମାମଲା। କେବଳ ସେତିକି ନୁହେଁ, ପୋଲିସ ସରପଞ୍ଚଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ବା ‘BNS’ର ୧୨ଟି କଠୋର ଦଫା ଲଗାଇଛି। ପୋଲିସକୁ ଆକ୍ରମଣ ଠାରୁ ଆରମ୍ଭ କରି ଥାନା ଭିତରେ ଅଶ୍ଳୀଳ ଗାଳିଗୁଲଜ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ସରପଞ୍ଚଙ୍କ ବିରୋଧରେ।ସୂଚନା ଅନୁଯାୟୀ, ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡ଼ି ଦେଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସମୂହ ଅପରାଧ ଘଟାଇବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସରପଞ୍ଚଙ୍କ ବିରୋଧରେ ଲାଗିଥିବା ପ୍ରମୁଖ ଦଫାଗୁଡ଼ିକ:ଦଫା ୧୨୧(୧) ଓ ୧୩୩: ପୋଲିସକୁ ଆକ୍ରମଣ ଓ ସରକାରୀ କାର୍ଯ୍ୟରେ ବାଧା ଉପଜାଇବା।ଦଫା ୧୩୧, ୧୩୨ ଏବଂ ୩(୫) BNS: ସମୂହ ଅପରାଧ ଏବଂ ଆଇନ ଶୃଙ୍ଖଳା ଭଙ୍ଗ କରିବା।ଦଫା ୨୯୬: ଦ୍ୱିତୀୟ ମାମଲାରେ ଯୋଡ଼ି ହେଲା ଏହି ଦଫା, ଯାହା ଥାନା ପରିସରରେ ଅଶ୍ଳୀଳ ଗାଳିଗୁଲଜ କରିବା ଅଭିଯୋଗରେ ଲଗାଯାଇଛି।ଆଇନକୁ ହାତକୁ ନେବା ଏବଂ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାରେ ଏବେ ସରପଞ୍ଚ ଚାମେଲି ଓଝା ସମ୍ପୂର୍ଣ୍ଣ ଫସିଯାଇଛନ୍ତି। ଆଗକୁ ଏହି ମାମଲାରେ ପୋଲିସ କଣ ପଦକ୍ଷେପ ନେଉଛି, ତାହା ଉପରେ ରହିବ ଆମର ନଜର।

Sidha Sambad
Author: Sidha Sambad

Leave a Comment

और पढ़ें