ଲାଞ୍ଚ ମାମଲାରେ ଆର୍‌ଆଇଙ୍କ ବିରୋଧରେ ମାମଲା, ୩ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ

👇समाचार सुनने के लिए यहां क्लिक करें

କୋରାପୁଟ (ସିଧା ସମ୍ବାଦ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ରାଜସ୍ୱ ନିରୀକ୍ଷକ (ଆର.ଆଇ.) ଶ୍ରୀ ମଲ୍ଲିକ । ଏକ ସଫଳ ଟ୍ରାପ୍‌ ପରେ ବର୍ତ୍ତମାନ ଆୟବହିର୍ଭୂତ ସମ୍ପତ୍ତି ଠାବ (DA Angle) ଅଭିଯୋଗରେ ତାଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୧୬/୨୦୨୬ ଏବଂ ଦୁର୍ନୀତି ନିବାରଣ (ସଂଶୋଧନ) ଅଧିନିୟମ, ୨୦୧୮ ର ଧାରା ୭ (U/s-7PC Act, 2018) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଶ୍ରୀ ମଲ୍ଲିକଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें