ମା ରାମଚଣ୍ଡୀ ଙ୍କ ତ୍ରିବେଣୀ ଉତ୍ସବ ଉଦଯାପିତ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ପଂଚାୟତ ପଞ୍ଚୁକୋଟ ସ୍ଥିତ ମା ରାମଚଣ୍ଡୀଙ୍କ ୧୩ତମ ତ୍ରିବେଣୀ ଉତ୍ସବ ଗତ ୧୮ତାରିଖ ଠାରୁ ଉଦଘାଟିତ ହୋଇଛି. ଉଦଘାଟନ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଯୋଗ ଦେଇ ମାଙ୍କର ଦର୍ଶନ କରି କୃପା ଲାଭ କରିଥିଲେ. ପାହାଡ଼ ଶିଖରରେ ଗୁମ୍ଫା ଭିତରେ ମାଙ୍କର ଆବିର୍ଭାବ ହୋଇଥିଲା.ପ୍ରତିବର୍ଷ ଧୂମଧାମ ରେ ଉତ୍ସବ ପାଳିତ ହେଉଛି. ଉଦଯାପନୀ ଉତ୍ସବ ରେ ବିଲଡର ପ୍ରମୋଦ ମଙ୍ଗରାଜ ଯୋଗଦେଇ ଥିଲେ. ଗ୍ରାମବାସୀସେବେଠାରୁ ମାଙ୍କୁ ପୂଜାର୍ଚନା କରି ଆସୁଛନ୍ତି.ଗ୍ରାମକମିଟି ସଭାପତି ଦିନମଣୀ ରାଉତରାୟ ଓ ଯୁବକ ସଙ୍ଘ ସଦସ୍ୟ ବେଣୁଧର ବେହେରା ପ୍ରଭାସ କୁମାର ପାଟ୍ଟଶାଣୀସଞ୍ଜୟ କୁମାର ମାର୍ଥା ରମେଶ ବଳିୟାରସିଂ ଦିଲ୍ଲୀପ ପରିଡା ଶ୍ରୀତମ ସାମନ୍ତସିଂହାର ପ୍ରମୁଖ ଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହେଉଛି. ମଙ୍ଗଳବାର ଉଦଯାପିତ ହୋଇଛି. ପ୍ରତ୍ୟହ ହୋମ ଯଜ୍ଞ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଥିଲା.

Sidha Sambad
Author: Sidha Sambad

Leave a Comment

और पढ़ें