ଖୁବଶୀଘ୍ର ପ୍ରକାଶ ପାଇବ ସିବିଏସଇ (CBSE) ପରୀକ୍ଷା ଫଳ!

👇समाचार सुनने के लिए यहां क्लिक करें

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଚଳିତ ମାସ ଶେଷ ସପ୍ତାହ କିମ୍ବା ମେ ମାସର ପ୍ରଥମ ସପ୍ତାହ ମଧ୍ୟରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ସାଧାରଣତଃ ପରୀକ୍ଷା ଫଳ ମେ ମାସର ମଧ୍ୟଭାଗରେ ପ୍ରକାଶ ପାଇଥାଏ, କିନ୍ତୁ ଏଥର ଖାତା ମୂଲ୍ୟାୟନ ପ୍ରକ୍ରିୟା ଶୀଘ୍ର ଶେଷ ହୋଇଥିବାରୁ ରେଜଲ୍ଟ ଆଗୁଆ ଆସିପାରେ।

 

ମାର୍କସିଟ୍‌ ପାଇବାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସିବିଏସଇ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଡିଜିଲକର ଆକାଉଣ୍ଟ ଖୋଲିବାକୁ ପରାମର୍ଶ ଦିଆଯାଇଛି।

  • ଶୀଘ୍ର ଆକାଉଣ୍ଟ ଖୋଲନ୍ତୁ: ପରୀକ୍ଷା ଫଳ ପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା ନକରି ବର୍ତ୍ତମାନଠାରୁ ଡିଜିଲକର ଆକ୍ଟିଭେଟ୍ କରିବାକୁ କୁହାଯାଇଛି।

  • ସହଜ ଡାଉନଲୋଡ୍: ପରୀକ୍ଷା ଫଳ ପ୍ରକାଶ ପାଇବା ମାତ୍ରେ ସିବିଏସଇ ପକ୍ଷରୁ ମାର୍କସିଟ୍‌କୁ ସିଧାସଳଖ ଡିଜିଲକରରେ ଅପଲୋଡ୍ କରିଦିଆଯିବ।

  • ସୁରକ୍ଷିତ ପ୍ରମାଣପତ୍ର: ବିଦ୍ୟାର୍ଥୀମାନେ ନିଜର ଲଗ୍‌ଇନ୍ ଆଇଡି ବ୍ୟବହାର କରି ଯେକୌଣସି ସମୟରେ ମାର୍କସିଟ୍ ଓ ମାଇଗ୍ରେସନ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।


ମନେରଖନ୍ତୁ: ପରୀକ୍ଷା ଫଳ ପ୍ରକାଶର ସଠିକ୍ ତାରିଖ ସମ୍ପର୍କରେ ସିବିଏସଇ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଦ୍ୟାର୍ଥୀମାନେ ଅଧିକ ସୂଚନା ପାଇଁ ସିବିଏସଇର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ଅନୁରୋଧ।

ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

Sidha Sambad
Author: Sidha Sambad

Leave a Comment

और पढ़ें