ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ।

👇समाचार सुनने के लिए यहां क्लिक करें

ନୀଳଗିରି -୨୭/୩(ସିଧାସମ୍ବାଦ);
ଏକ ହତ୍ୟା ମାମଲାର ଶୁଣାଣି କରି ବାଲେଶ୍ୱର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନା ପାଇଁ ରାୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ନୀଳଗିରି ଥାନା ଔପଦା ବ୍ଲକ୍ ପିଞ୍ଛାବଣିଆ ଗ୍ରାମର ଆସାମୀ ସମରେନ୍ଦ୍ର ମଲ୍ଲିକ ଉକ୍ତ ଗ୍ରାମର ବାଇଧର ବରସଲକୁ ଏକ ଜମିର ହିଡହଣା ଘଟଣାକୁ କେନ୍ଦ୍ରକରି ହତ୍ୟା କରିଥିଲା। ଏନେଇ ନୀଳଗିରି ଥାନାରେ ୨୦୨୨ମସିହା ଜୁଲାଇ ୮ତାରିଖରେ ୨୨୧ନଂ କେସ ରୁଜୁ ହୋଇଥିଲା। ୧୫ଜଣ ସାକ୍ଷୀ ଏବଂ ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ବାଲେଶ୍ୱର ମାନ୍ୟବର ସ୍ଵତନ୍ତ୍ର ଓପିଆଇଡି ଜଜ୍ ବିଶ୍ୱଜିତ୍ ଦାସ ଅଭିଯୁକ୍ତ ସମରେନ୍ଦ୍ର ମଲ୍ଲିକକୁ ଆଜୀବନ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିବା ବେଳେ ନୀଳଗିରି ପୋଲିସ ପକ୍ଷରୁ ବିରଞ୍ଚି ସାହୁ ତଦନ୍ତକାରୀ ଅଫିସର ଭାବେ ମାମଲାର ତଦନ୍ତ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें