ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବନ ଉପ ଖଣ୍ଡରେ ୩ଟି ସରଂକ୍ଷିତ ଜଙ୍ଗଲ ସହ ୩ଟି ଡିପିଏଫ ଜଙ୍ଗଲ ରହିଛି. ଗ୍ରୀଷ୍ମ ଦିନରେ କେତେକ ଦୁର୍ବୃତ ଜଙ୍ଗଲ ରେ ନିଆଁ ଲଗାଇଦେଇଥାନ୍ତି. ଜଙ୍ଗଲରୁ କାଠ ଚୋରି ଅବା ଶିକାର କରିବା ଉଦେଶ୍ୟ ରେ ଏପରି କରିଥାନ୍ତି. ମାତ୍ର ସରକାର ଙ୍କ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏହାକୁ କିଛିମାତ୍ରାରେ ରୋକଯାଇ ପାରିଛି. ହେଲେ ଜଙ୍ଗଲ ତଳି ଅଂଚଳରେ ଥିବା ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ହେଲେ ଏହା କୁ ରୋକଯାଇ ପାରିବ. ବୋଲି ରେଞ୍ଜର ଜୟକୃଷ୍ଣ ପଣ୍ଡା ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି.ଜଙ୍ଗଲ ପୋଡି ଦ୍ୱାରା ପରିବେଶ ପ୍ରଭାବିତ ହେଉଛି. ଫଳରେ ବର୍ଷା କମିଯାଉଛି. ପରିବେଶରେ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଉଛି. ଯାହା ଅଂଶୁଘାତ କରୁଛି. ଏଣୁ ଜନସାଧାରଣ ଏଥିପ୍ରତି ସତର୍କ ରହିବାକୁ ଏବଂ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି କୁ ଅଧିକ ସହଯୋଗ ଓ ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି.ବୋଲଗଡ କାର୍ଯ୍ୟନିର୍ବାହୀ ବନପାଳ ପ୍ରିୟଦର୍ଶିନୀ ସେଠି ଙ୍କ ସଭାପତିତ୍ୱରେ ଆୟୋଜିତ ସଚେନତା ଶିବିର ବୋଲଗଡ ପଞ୍ଚାୟତ ମର୍ଦାବାଡ଼ି ଠାରେ ଆୟୋଜିତ ହୋଇଥିଲା. ସ୍ଥାନୀୟ ଗ୍ରାମର ଜନାର୍ଦନ ମାର୍ଥା, ଗୋବିନ୍ଦ ମହାପାତ୍ର ଓ ଭୀମସେନ କହଲସିଂ ଯୁବ ସମାଜସେବୀ ପ୍ରଫୁଲ୍ଲ ବରାଡ଼ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ. ପରିଶେଷରେ ଜଙ୍ଗଲ ସୁରକ୍ଷା କର୍ମୀ ଅରୂପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ. ସହଯୋଗୀ ଗୋପାଳ ସାମନ୍ତରାୟ ଅର୍ପିତା ନାୟକ, ହିମାଂଶୁ ମାନ୍ଧାତା ନେପାଳ ଲେଙ୍କା ରବିନ୍ଦ୍ର ସାହୁ ସର୍ବେଶ୍ୱର କହଲସିଂଓ ସନ୍ତୋଷ ମାର୍ଥା ପ୍ରମୁଖ ସହଯୋଗ କରିଥିଲେ.




