ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଳକରେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି. ପ୍ରଥମେ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ମାନେ ହରତାଳ ରେ ଯାଇଥିଲେ. ଏବେ ଗୁରୁବାର ଠାରୁ ସମସ୍ତ ଆୟୁଷ ଡାକ୍ଟର ମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି. ଫଳରେ ସ୍ୱାସ୍ଥ୍ୟ ସେବା ଠପ ହୋଇଯାଇଛି. ପ୍ରତ୍ୟେକ ଡାକ୍ତରଖାନା ରେ ଡାକ୍ତର ଅଭାବ ଲାଗି ରହିଛି. ଏଣୁ ଆୟୁଷ ଡାକ୍ତର ମାନେ ସେବା ଯୋଗାଉଥିଲେ.ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି. ବୋଲଗଡ ବ୍ଳକରେ ୮ଟି ଡାକ୍ତରଖାନା ରହିଛି. ବୋଲଗଡ ରେ ୮ଜଣ ଡାକ୍ତର ସ୍ଥଳେ ୩ଜଣ, ବାଂକୋଇ ରେ ୬ଜଣ ପରିବର୍ତ୍ତେ କେହି ନାହାନ୍ତି. ମାଣିକଗୋଡା ଦେଉଳି ତାଳତୁମ୍ବ ଗୌଡ଼ ନୂଆଗାଁ ମାଣିବନ୍ଧ ଆଦି ଡାକ୍ତରଖାନା ରେ ଆୟୁଷ ଡାକ୍ତର କାମ ଚଳାଉଥିଲେ.. ଏବେ ଖରାଦିନ ଆସିଥିବାବେଳେ ସ୍ୱାସ୍ଥ୍ୟସେବା ଅଧିକ ବିଗିଡ଼ିବା ଆଶଙ୍କା କରାଯାଉଛି.




